ଶ୍ରୀନଗର: ଲେଫ୍ଟନାଣ୍ଟ ଉମର ଫୟାଜଙ୍କୁ ହତ୍ୟା କରିବାର ୩ ମାସ ପରେ ପୁଣି ଥରେ ଆତଙ୍କବାଦୀମାନେ ସେମାନଙ୍କ ଘୃଣ୍ୟ କାର୍ଯ୍ୟ କରିଛନ୍ତି। ୪ ଜଣ ଆତଙ୍କବାଦୀ ଗତ ବୁଧବାର ରାତିରେ ବିଏସଏଫ ଯବାନ ମହମ୍ମଦ ରମଜାନ ପାରେଙ୍କ ବନ୍ଦିପୋରାସ୍ଥିତ ଘର ଭିତରେ ପଶି ତାଙ୍କୁ ଗୁଳିମାରି ହତ୍ୟା କରିଛନ୍ତି। ଆତଙ୍କବାଦୀଙ୍କ ଆକ୍ରମଣରେ ତାଙ୍କ ପରିବାର ଅନ୍ୟ ୪ ସଦସ୍ୟ ମଧ୍ୟ ଆହତ ହୋଇଛନ୍ତି।
ସୂଚନାଯୋଗ୍ୟ ଯେ ରମଜାନ ଗତ କିଛିବର୍ଷ ତଳେ ବିଏସଫରେ ଯୋଗ ଦେଇ ବିଏସଏଫର ୭୩ ବାଟାଲିୟନରେ ବାରମୁଳାଠାରେ ପୋଷ୍ଟିଂ ପାଇଥିଲେ। ଗତ ୨୦ ଦିନ ହେବ ସେ ଛୁଟିରେ ଘରକୁ ଯାଇଥିଲେ। ଗତକାଲି ରାତିରେ ୪ରୁ ଊର୍ଧ୍ୱ ଆତଙ୍କବାଦୀ ରମଜାନଙ୍କ ଘରେ ପଶି ତାଙ୍କୁ ବାହାରକୁ ଟାଣି ନେବାକୁ ଉଦ୍ୟମ କରିଥିଲେ। ମାତ୍ର ରମଜାନଙ୍କ ଭାଇ ଜାଭିଦ ଓ ସାହିବ, ବାପା ଗୁଲାମ ଓ ଖୁଡ଼ି ହବ୍ଦା ବେଗମ ଏହାକୁ ବିରୋଧ କରିବାରୁ ଆତଙ୍କବାଦୀମାନେ ଅଟୋମେଟିକ ରାଇଫଲରୁ ଆଖିବୁଜା ଗୁଳି ଚଳାଇ ରମଜାନଙ୍କୁ ହତ୍ୟା କରିଥିଲେ। ଅନ୍ୟ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବନ୍ଦିପୋରା ଏସପି ଜୁଲଫିକର ଆଜାଦଙ୍କ ସୂଚନା ଅନୁଯାୟୀ, ଆତଙ୍କବାଦୀମାନେ ରମଜାନଙ୍କୁ ଅପହରଣ କରିବାକୁ ଚାହିଁଥିଲେ। ମାତ୍ର ପରିବାର ବିରୋଧ ଯୋଗୁଁ ଏହା ସମ୍ଭବ ନ ହେବାରୁ ସେମାନେ ଗୁଳି ମାରି ରମଜାନଙ୍କୁ ହତ୍ୟା କରି ଫେରାର ହୋଇଯାଇଛନ୍ତି।
ଶ୍ରୀନଗର: ଘରେ ପଶି ବିଏସଫ ଯବାନଙ୍କୁ ହତ୍ୟାକଲେ ଆତଙ୍କବାଦୀ
/sambad/media/post_attachments/wp-content/uploads/2017/09/Mohammad-Ramzan-Parray.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)