ମଥୁରା : ନୂଆଦିଲ୍ଲୀରେ ଥିବା ପ୍ରସିଦ୍ଧ ଅକ୍ଷରଧାମ ମନ୍ଦିର ଉପରେ ଆକ୍ରମଣ କରିବା ପାଇଁ ଆତଙ୍କବାଦୀ ସଂଗଠନମାନେ ଯୋଜନା କରୁଛି ବୋଲି ଜଣା ପଡ଼ିଛି । ପୁଲିସ ହାତରେ ଧରା ପଡ଼ିବା ପରେ ଜଣେ ସନ୍ଦିଗ୍ଧ ଆତଙ୍କବାଦୀ ଏହି ଯୋଜନା ବିଷୟରେ ଖୁଲାସା କରିଛି । ଗଣତନ୍ତ୍ର ଦିବସରେ ହେବାକୁ ଥିବା ପରେଡ଼୍ରେ ବାଧା ସୃଷ୍ଟି କରିବା ପାଇଁ ସୋମାନେ ଏହି ଯୋଜନା କରିଥିବା ଜଣାପଡ଼ିଛି ।
ଆଣ୍ଟି ଟେରୋରିଜିମ୍ ସ୍କ୍ଵାଡ଼୍ର ଦୀର୍ଘ ସମୟର ପଚରାଉଚରା ପରେ ଧରା ପଡ଼ିଥିବା ଆତଙ୍କବାଦୀ ବିଲାଲ ଅହମଦ୍ ଓ୍ଵାନି ଆତଙ୍କବାଦୀ ଆକ୍ରମଣର ଯୋଜନା ବିଷୟରେ ଜଣାଇଥିଲା । ସେ ଓ ତାର ଦୁଇ ସାଥୀ ମିଶି ଏହି ଯୋଜନାକୁ ସଫଳ କରିଥାନ୍ତେ ବୋଲି ସେ କହିଥିଲା । ଏଥି ପାଇଁ ସେମାନେ ଜାନୁଆରି ୨ରେ ଜମା ମସ୍ଜିଦ୍ ପାଖରେ ଥିବା ଅଲ ରସିଦ ଗେଷ୍ଟ ହାଉସରେ ଆସି ରହିଥିଲେ ।
ଏହି ସୂଚନା ପାଇବା ପରେ ଅନ୍ୟ ଦୁଇ ଜଣଙ୍କୁ ଖୋଜିବା ପାଇଁ ଉତ୍ତରପ୍ରଦେଶ ଆଣ୍ଟି ଟେରୋରିଜିମ୍ ସ୍କ୍ଵାଡ଼୍ ଏବଂ ଦିଲ୍ଳୀ ପୁଲିସ ଅଲ ରସିଦ ଗେଷ୍ଟ ହାଉସରେ ଚଢ଼ଉ କରିବା ପରେ ଜାନୁଆରି ୬ରେ ସେମାନେ ଚେକ୍ ଆଉଟ୍ କରି ସାରିଛନ୍ତି ବୋଲି ଜାଣିବାକୁ ପାଇବା ସହ ଦୁଇ ଜଣଙ୍କ ନାମ ମୁଦସିର ଅହମଦ୍ ଖାନ୍ ଏବଂ ମହମ୍ମଦ ଅଶ୍ରଫ ବୋଲି ଜାଣିବାକୁ ପାଇଛି ।
ଦୁଇ ଜଣଙ୍କୁ ଧରିବା ପାଇଁ ସବୁ ରେଳ ଷ୍ଟେସନ, ବସ୍ ଷ୍ଟାଣ୍ଡ ଏବଂ ବିମାନ ବନ୍ଦରରେ ହାଇ ଅର୍ଲଟ ଜାରି କରାଯାଇଛି । ଅହମଦ୍ ଓ୍ଵାନି ଶତାବ୍ଦୀ ଏକ୍ସପ୍ରେସରେ ବିନା ଟିକେଟ୍ରେ ଯାତ୍ରା କରୁଥିବା ବେଳେ ସରକାରୀ ରେଲେଓ୍ଵ ପୁଲିସ ତାଙ୍କୁ ଗିରଫ କରିଥିଲା । ତାଙ୍କ କାର୍ଯ୍ୟକଳାପରେ ସନ୍ଦେହ ହେବାରୁ ସରକାରୀ ରେଲେଓ୍ଵ ପୁଲିସ ତାଙ୍କୁ ଆଣ୍ଟି ଟେରୋରିଜିମ୍ ସ୍କ୍ଵାଡ଼୍କୁ ହସ୍ତାନ୍ତର କରିଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/Akshardhamtemple_AFP.jpg)