ଅମରନାଥ ଯାତ୍ରା ସମୟରେ ହୋଇପାରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ, ସତର୍କ କଲା ଗୁଇନ୍ଦା ବିଭାଗ

ନୂଆଦିଲ୍ଲୀ : ଆସନ୍ତା କାଲି ଇଦ୍‌ ପର୍ବ ପାଳିତ ହେବ । କାଶ୍ମୀରରେ ମଧ୍ୟ ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଛି । ଇଦ୍‌ ଶେଷ ହେବା ପରେ ଉପତ୍ୟାକାରେ ସେନାର ଅସ୍ତ୍ରବିରତି ମିଆଦ ଶେଷ ହେବ । ଏହା ପରେ ଏହି ମିଆଦକୁ ଶେଷ କରାଯିବ ଅଥବା ଆହୁରି ବୃଦ୍ଧି କରାଯିବ ସେ ନେଇ ଏକ ପ୍ରସ୍ତାବ ଉପରେ ସରକାର ବିଚାର କରୁଛନ୍ତି । କିନ୍ତୁ ଏତିକି ବେଳେ ଗୁଇନ୍ଦା ବ୍ୟୁରୋ ଓ ର ପକ୍ଷରୁ ଆସିଥିବା କେତେକ ରିପୋର୍ଟ ସରକାରଙ୍କ ନିଦ ହଜାଇ ଦେଇଛି । ଏହି ରିପୋର୍ଟ ଅନୁସାରେ ଆଗାମୀ ଅମରନାଥ ଯାତ୍ରା ସମୟରେ ଆତଙ୍କବାଦମାନେ ଏକ ବଡ଼ ଧରଣର ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି । ଏହି ଯୋଜନା ସୀମା ସେପଟେ ପ୍ରସ୍ତୁତ ହୋଇଛି ଓ ଆତଙ୍କବାଦୀମାନଙ୍କୁ ଆବଶ୍ୟକ ତାଲିମ ଦେବାପରେ ଭାରତକୁ ସେମାନଙ୍କୁ ପଠାଯାଇଛି । ଆତଙ୍କବାଦୀମାନେ ଭକ୍ତମାନଙ୍କ ଉପରେ ଅଥବା ସେନା ଛାଉଣୀ ଉପରେ ଅତର୍କିତ ଭାବେ ବୋମା ବିସ୍ଫୋରଣ କରି ଆକ୍ରମଣ କରିପାରନ୍ତି ବୋଲି ଗୁଇନ୍ଦା ସଂସ୍ଥାମାନେ ସତର୍କ କରାଇଦେଇଛନ୍ତି ।

one india

ଏହି ରିପୋର୍ଟ ମିଳିବା ପରେ ସରକାର ଅସ୍ତ୍ରବିରତି ବଢାଇବା ନେଇ ଅକଳରେ ପଡିଯାଇଛନ୍ତି । କାରଣ ଅମରନାଥ ଭକ୍ତଙ୍କ ଉପରେ ଆକ୍ରମଣ ହେଲେ ତାହା କେନ୍ଦ୍ରରେ ଥିବା ବିଜେପି ସରକାରର ଜନସମର୍ଥନ ପ୍ରଭାବିତ ହେବ । ହିନ୍ଦୁମାନଙ୍କ ଉପରେ ଆକ୍ରମଣ ହେବା ଆରଏସଏସ ଚାହିୁଁନାହିଁ । ଏଥିପାଇଁ ଅସ୍ତ୍ରବିରତି ଶେଷ କରିବାକୁ ସରକାରଙ୍କ ଉପରେ ଚାପ ପଡୁଛି ।

ସମ୍ବନ୍ଧିତ ଖବର