ଶ୍ରୀନଗର: ରବିବାର ଦିନ ପୁଲ୍ଓ୍ଵାମା ଆକ୍ରମଣ ଭଳି ଆଉ ଗୋଟିଏ ଆକ୍ରମଣ କରିବାକୁ ଆତଙ୍କବାଦୀମାନେ ଉଦ୍ୟମ କରୁଥିବା କଥା ଗୁଇନ୍ଦା ଏଜେନ୍ସି କହିଛନ୍ତି। ସେମାନେ ଆହୁରି କହିଛନ୍ତି କି, ଆକ୍ରମଣ କରିବାକୁ ଆତଙ୍କବାଦୀମାନେ ମଟରସାଇକେଲ୍ ବ୍ୟବହାର କରି ପାରନ୍ତି।
ରିମୋଟ୍ କଣ୍ଟ୍ରୋଲ୍ ବ୍ୟବହାର କାରି ଆତଙ୍କବାଦୀମାନେ ଜାତୀୟ ରାଜପଥରେ ଆକ୍ରମଣ କରିବାକୁ ଉପାୟ କରୁଥିବା କଥା ଗୁଇନ୍ଦା ଏଜେନ୍ସି କହିଛି। ଗୁଇନ୍ଦା ସୂଚନା ପାଇବା ପରେ ସକାଳ ୯ଟା ପରେ ହିଁ ଜାତୀୟ ରାଜପଥରେ ନିରାପତ୍ତା ବଳର ଯାନବାହାନ ଚଳାଚଳ କରିବାକୁ ନିର୍ଦେଶ ଦିଆଯାଇଛି।
ଡିନାମାଇଡ୍ ଭଳି ବିସ୍ଫୋରକ ଫୁଟାଇବାକୁ ମୋଟର୍ ସାଇକେଲ୍ ଏବଂ ଅନ୍ୟାନ୍ୟ ଗାଡ଼ିରେ ବ୍ୟବହୃତ ରିମୋଟ୍ ଆଲାର୍ମ ବା ଚାବି ଆତଙ୍କବାଦୀମାନଙ୍କର ପ୍ରମୁଖ ଉପକରଣ ପାଲଟିଥିବା କଥା ଜମ୍ମୁ ଓ କଶ୍ମୀରର କାଉଣ୍ଟର୍-ଟେରରିଜମ୍ ଗ୍ରିଡ୍ ରିପୋର୍ଟ ଦେଇଛି। ଏହି ଗ୍ରିଡ୍ରେ ଥିବା ତଦନ୍ତକାରୀ ଏବଂ ନିରାପତ୍ତା ଏଜେନ୍ସିମାନେ ଉକ୍ତ ରିପୋର୍ଟ ପ୍ରସ୍ତୁତ କରିଛନ୍ତି।
ନିକଟ ଅତୀତରେ ହୋଇଥିବା ପୁଲ୍ଓ୍ଵାମା ଆକ୍ରମଣସ୍ଥଳୀରୁ ଆତଙ୍କବାଦୀମାନେ ବ୍ୟବହାର କରୁଥିବା ଗୋଟାଏ ରିମୋଟ୍ ଚାବି ମିଳିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/pulwama.jpg)