ଭାରତର ବିମାନ ଆକ୍ରମଣ ଭୟରେ ପାକ ସରକାର ଆତଙ୍କବାଦୀଙ୍କୁ ଜେଲରେ ପୁରାଇରଖିଛନ୍ତି : ବିଲାଓ୍ବଲ ଭୁଟ୍ଟୋ

ଇସ୍ଲାମାବାଦ : ପାକିସ୍ତାନ ସରକାର ଆତଙ୍କବାଦୀଙ୍କୁ ଗରିଫ କରିନାହାନ୍ତି । ବରଂ ଭାରତୀୟ ବାୟୁସେନା ଡରରେ ସେମାନଙ୍କୁ ଜେଲରେ ପୁରାଇ ଦେଇଛନ୍ତି ବୋଲି କହିଛନ୍ତି ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ନେତା ବିଲାଓ୍ବଲ ଭୁଟ୍ଟୋ । ସେ କହିଛନ୍ତି ଯେ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା କଥା ପାକିସ୍ତାନ ସରକାର କହୁଥିଲେ ମଧ୍ୟ ତାହା ଡାହା ମିଛ । ପ୍ରକୃତ କଥା ହେଉଛି ଭାରତୀୟ ବାୟୁସେନାର ଆକ୍ରମଣ ପରେ ପାକିସ୍ତାନ ସରକାର ଛାନିଆ ହୋଇଯାଇଛନ୍ତି ଓ ଆତଙ୍କବାଦୀଙ୍କୁ ସୁରକ୍ଷିତ ରଖିବାକୁ ସେମାନଙ୍କୁ ଜେଲରେ ରଖାଯାଇଛି । ସେ ଆହୁରିମଧ୍ୟ କହିଛନ୍ତି ଯେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ନିଷିଦ୍ଧ ଘୋଷିତ ଆତଙ୍କବାଦୀ ସଂଗଠନ ମାନଙ୍କ ସହ ସଂପର୍କ ରଖିଛନ୍ତି ଓ ସେମାନଙ୍କ ସହାୟତା ନେଉଛନ୍ତି ।
ଦୁର୍ନୀତି ଅଭିଯୋଗରେ ବିଲାଓ୍ବଲ ଭୁଟ୍ଟୋ ଓ ତାଙ୍କ ପିତା ତଥା ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଆସିଫ ଅଲ୍ଲି ଜର୍ଦାରୀଙ୍କୁ ଏବେ ପାକିସ୍ତାନର ଦୁର୍ନୀତି ନିବାରଣ ସଂସ୍ଥା ନାସନାଲ ଆକାଉଣ୍ଟିବିଲିଟି ବ୍ୟୁରୋ (ଏନଏବି) ପକ୍ଷରୁ ପଚରା ଉଚୁରା କରାଯାଉଛି ।

ସମ୍ବନ୍ଧିତ ଖବର