ଜମ୍ମୁ ଓ କଶ୍ମୀରରେ ଆକ୍ରମଣ ପାଇଁ ଯୋଜନା କରୁଛନ୍ତି ଆଫଗାନିସ୍ତାନରେ ପାକିସ୍ତାନ ସେନାର ଏସ୍‌ଏସ୍‌ଜି କମାଣ୍ଡୋଙ୍କ ଠାରୁ ତାଲିମପ୍ରାପ୍ତ ଆତଙ୍କବାଦୀ: ଗୁଇନ୍ଦା ରିପୋର୍ଟ

ନୂଆଦିଲ୍ଲୀ: ଜମ୍ମୁ ଓ କଶ୍ମୀରରେ ଆକ୍ରମଣ ପାଇଁ ଆଫଗାନିସ୍ତାନରେ ପାକିସ୍ତାନ ସେନାର ‘ଏସ୍‌ଏସ୍‌ଜି’ କମାଣ୍ଡୋଙ୍କ ଠାରୁ ତାଲିମପ୍ରାପ୍ତ ଆତଙ୍କବାଦୀମାନେ ମସୁଧା କରୁଛନ୍ତି ବୋଲି ଗୁଇନ୍ଦା ରିପୋର୍ଟରୁ ଜଣାପଡ଼ିଛି।

ଆଫଗାନିସ୍ତାନର ଗୁପ୍ତ ସ୍ଥାନମାନଙ୍କରେ ପାକିସ୍ତାନୀ ସେନାର ସ୍ପେସାଲ୍ ସର୍ଭିସ୍‌ ଗ୍ରୁପ୍ କମାଣ୍ଡୋମାନେ ତାଲିବାନି ଓ ଆଫଗାନି ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ୍ର ପ୍ରଶିକ୍ଷଣ ଦେଉଛନ୍ତି। ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ, ଏହି ଆତଙ୍କବାଦୀମାନେ ଜମ୍ମୁ ଓ କଶ୍ମୀରର ନିରାପତ୍ତା ପ୍ରତିଷ୍ଠାନ ଏବଂ ପାଟ୍ରୋଲିଙ୍ଗ୍ ପାର୍ଟି ଉପରେ ଆକ୍ରମଣ କରିବାକୁ ଯୋଜନା କରିଛନ୍ତି।

Image Courtesy of India Global News

ଗୁଇନ୍ଦା ରିପୋର୍ଟ ଅନୁସାରେ, ବହୁସଂଖ୍ୟକ ତାଲିବାନ୍/ଆଫଗାନ ଆତଙ୍କବାଦୀଙ୍କ ଆଗମନ ଅର୍ଥ ଭବିଷ୍ୟତରେ ଭାରତ ଉପରେ ଅଧିକ ଆତଙ୍କବାଦୀ ଆକ୍ରମଣ। ଏହାଛଡ଼ା, ଉପତ୍ୟକାରେ ଆକ୍ରମଣ କରିବାକୁ ଓ ପାକିସ୍ତାନରୁ ଆତଙ୍କବାଦୀ ଅନୁପ୍ରବେଶ ସୁବିଧା କରାଇବାକୁ କଶ୍ମୀରରେ ଥିବା ଭିନ୍ନ ଭିନ୍ନ ଆତଙ୍କବାଦୀ ସଂଗଠନ ମଧ୍ୟ ସେମାନଙ୍କ ସହ କାର୍ଯ୍ୟ କରୁଛନ୍ତି।

ଟ୍ୟାପ୍ କରାଯାଇଥିବା କେତେକ ଟେଲିଫୋଲ୍ କଲ୍‌ରୁ ଜଣାପଡ଼ିଛି ଯେ, ନିୟନ୍ତ୍ରଣ ରେଖା ଠାରେ ତାଲିବାନୀୟ, ଆଫଗାନୀୟ ଓ ପଠାଣୀୟ ଆତଙ୍କବାଦୀଙ୍କ ଉପସ୍ଥିତି ବୃଦ୍ଧି ପାଇଛି। ନିୟନ୍ତ୍ରଣ ରେଖା ଅଞ୍ଚଳରେ ଥିବା ଲଞ୍ଚ୍‌ପ୍ୟାଡ୍‌ମାନଙ୍କରେ ଆତଙ୍କବାଦୀମାନଙ୍କ ଗତାଗତ ମଧ୍ୟ ୨୨% ବୃଦ୍ଧିପାଇଛି। ଏହା ବ୍ୟତିରେକେ, ନୌଶେରା ସେକ୍ଟର, ବିମ୍ବର ଗଲି ସକ୍ଟେର, କେଜି ସେକ୍ଟର, କରଣ ସେକ୍ଟର୍‌ ଏବଂ ପୁଞ୍ଚ୍‌ ସେକ୍ଟରରେ ମଧ୍ୟ ଆତଙ୍କବାଦୀଙ୍କ ଚଳପ୍ରଚଳ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି।

ଆହୁରି ମଧ୍ୟ ଜଣାପଡ଼ିଛି ଯେ, ଆତଙ୍କବାଦୀଙ୍କୁ ଭାରତୀୟ ନିରାପତ୍ତା ଏଜେନ୍‌ସିଙ୍କ କବଳରୁ ବଞ୍ଚାଇବାକୁ ଜମ୍ମୁ ଓ କଶ୍ମୀରରେ ନିରାପତ୍ତା ବଳଙ୍କୁ ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସ୍‌ଆଇ ମହିଳା ଓଭର୍ ଗ୍ରାଉଣ୍ଡ୍‌ ୱାର୍କର୍‌ ଚୟନ କରୁଛି।

 

 

 

ସମ୍ବନ୍ଧିତ ଖବର