ଜମ୍ମୁ-କଶ୍ମୀର: ଗୁରୁବାର ସକାଳେ ଜମ୍ମୁ-କଶ୍ମୀରର କିସ୍ତୱାର ଜିଲ୍ଲାର ଚାତ୍ରୋ ସିଂହପୋରା ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏକ ଏନକାଉଣ୍ଟର ହୋଇଯାଇଛି।
ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ସୁରକ୍ଷା ବାହିନୀ ଦ୍ୱାରା ତିନିରୁ ଚାରି ଜଣ ଆତଙ୍କବାଦୀଙ୍କ ଏକ ଗୋଷ୍ଠୀ ଧରାପଡ଼ିଛି। ଆତଙ୍କୀମାନେ ସୁରକ୍ଷା ବାହିନୀ କବ୍ଜାରେ ରହିଥିବା ସୂଚନା ମିଳିଛି।
ଆତଙ୍କୀ ଲୁଚିଥିବା ଅଞ୍ଚଳକୁ ଘେରାବନ୍ଦୀ କରାଯାଇଛି ଏବଂ ଆତଙ୍କବାଦୀଙ୍କ ସହ ହାଇ-ଆଲର୍ଟ ଅପରେସନ ଜାରି ରଖିବା ସହିତ ଗୁଳି ବିନିମୟ ହୋଇଥିବା ସୂଚନା ମିଳିଛି।
ଜମ୍ମୁ ଏବଂ କଶ୍ମୀରର ପୁଲୱାମା ଜିଲ୍ଲାର ତ୍ରାଲ ଅଞ୍ଚଳର ନାଦିର ଗାଁରେ ଗତ ଗୋଟିଏ ସପ୍ତାହ ତଳେ ପୃଥକ ଆତଙ୍କବାଦ ବିରୋଧୀ କାର୍ଯ୍ୟାନୁଷ୍ଠାନରେ ଜୈଶ-ଏ-ମହମ୍ମଦର ତିନି ଜଣ ଆତଙ୍କବାଦୀଙ୍କୁ ନିପାତ କରିବା ପରେ ସୁରକ୍ଷା ବାହିନୀର ଏକ ମିଳିତ ଦଳ ଦ୍ୱାରା ଆଜିର ଅଭିଯାନ ଆରମ୍ଭ ହୋଇଛି।
ଏନକାଉଣ୍ଟରରେ ନିହତ ତିନି ଆତଙ୍କବାଦୀଙ୍କ ନାମ ଆସିଫ୍ ଅହମ୍ମଦ ଶେଖ୍, ଆମିର ନାଜିର ୱାନି ଏବଂ ୟୱାର ଅହମ୍ମଦ ଭଟ୍। ଯେଉଁମାନେ ସମସ୍ତେ ଜମ୍ମୁ ଏବଂ କଶ୍ମୀରର ପୁଲୱାମା ଜିଲ୍ଲାର ବାସିନ୍ଦା ବୋଲି ଜଣାପଡ଼ିଛି।
ଗତ ସପ୍ତାହରେ ମଙ୍ଗଳବାର ସୋପିଆନର କେଲର ଅଞ୍ଚଳ ଏବଂ ଗୁରୁବାର ପୁଲୱାମାର ତ୍ରାଲର ନାଦର ଅଞ୍ଚଳରେ ଏନକାଉଣ୍ଟର ହୋଇଥିବା ରିପୋର୍ଟ କରାଯାଇଥିଲା।
ଏପ୍ରିଲ ୨୨ ତାରିଖରେ ହୋଇଥିବା ଘାତକ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଦକ୍ଷିଣ କଶ୍ମୀରର କିଛି ଅଂଶରେ ସୁରକ୍ଷା ପ୍ରୟାସ ବୃଦ୍ଧି ପାଇଥିଲା। ଯେଉଁଥିରେ ୨୬ ଜଣ ସାଧାରଣ ନାଗରିକଙ୍କ ଜୀବନ ଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/05/22/hV52KadJpFRTaoRsJTsv.png)