ଓ୍ଵାସିଂଟନ: ବୁଧବାର ଆମେରିକାର ଜର୍ଜ କେନେଡ଼ି ଲଞ୍ଚ ପ୍ୟାଡ଼୍ରୁ ଉତ୍କ୍ଷେପିତ ବିଶ୍ୱର ଶକ୍ତିଶାଳୀ ରକେଟ ‘ଫାଲ୍କନ ହେଭି’ ପରିବହନ କରି ନେଇଥିବା ଏଲନ ମସ୍କଙ୍କ ସୌଖୀନ୍ ସ୍ପୋଟର୍ସ କାର ‘ଟେସ୍ଲା’ ବାଟ ହୁଡ଼ିଥିବା ଜଣାଯାଇଛି। ଆଜି ତାହା ନିଜର ନିର୍ଦ୍ଧାରିତ ଗତିିପଥ ପରିବର୍ତ୍ତନ କରି ପୃଥିବୀ ଓ ମଙ୍ଗଳ ଗ୍ରହ ମଧ୍ୟରେ ଘୂରିବା ପରିବର୍ତ୍ତେ ମଙ୍ଗଳ ଡେଇଁ ସୌରମଣ୍ଡଳର ଅନ୍ୟ ଇଲାକାକୁ ଖସିଯାଇଛି। ଆମେରିକାର ମହାକାଶ ଯାନ ନିର୍ମାଣକାରୀ କମ୍ପାନୀ ସ୍ପେସ୍-ଏକ୍ସ ଏହି କାର୍କୁ ପ୍ରେରଣ କରି ଇତିହାସ ରଚିଥିବା ବେଳେ ପୃଥିବୀ ଓ ମଙ୍ଗଳ ଗ୍ରହର ମଧ୍ୟବର୍ତ୍ତୀ ଅଞ୍ଚଳରେ କୌଣସି କକ୍ଷ ପଥରେ କାର୍ଟି ଘୂରିବା ପାଇଁ ପ୍ରସ୍ତୁତ କରାଯାଇଥିଲା। ମହାକାଶରେ ରକେଟ୍ରୁ କାର୍ଟି ବିଚ୍ଛିନ୍ନ ହେବା ସମୟରେ ଅଧିକ ଚାପ ଯୋଗୁଁ ତାହା ଧାର୍ଯ୍ୟ ଗତିପଥ ପରିବର୍ତ୍ତନ କରି ଗଭୀର ମହାକାଶକୁ ଚାଲିଯାଇଛି। ତେବେ ଏହା କମ୍ପାନି ସ୍ପେସ୍-ଏକ୍ସ ପାଇଁ କ୍ଷତି ନୁହେଁ ବରଂ ଲାଭପ୍ରଦ ବୋଲି ମାଲିକ ଏଲନ ମସ୍କ କହିଛନ୍ତି। କାରଣ ସେଥିରେ ଲାଗିଥିବା କ୍ୟାମେରା ଦ୍ୱାରା ଅଜଣା ଇଲାକା ସମ୍ପର୍କରେ କିଛି ତଥ୍ୟ ମିଳିପାରେ ବୋଲି ଉଭୟ ସ୍ପେସ୍-ଏକ୍ସ ଓ ନାସା ଆଶା ପୋଷଣ କରିଛନ୍ତି।
ମହାକାଶରେ ବାଟ ହୁଡ଼ିଲା ଟେସ୍ଲା କାର
/sambad/media/post_attachments/wp-content/uploads/2018/02/Roadster_Still.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)