ନୂଆଦିଲ୍ଳୀ: ଆମେରିକାର ବୈଦ୍ୟୁତିକ କାର ନିର୍ମାତା ଟେସଲା ଭାରତରେ ପ୍ରବେଶ କରିବାର ଯୋଜନା ସହିତ ଆଗକୁ ବଢ଼ୁଥିବା ପରି ମନେ ହେଉଛି। କାରଣ କମ୍ପାନୀର ଅଧିକାରୀମାନେ ଏପ୍ରିଲରେ ସେମାନଙ୍କର ରଣନୀତି ବିଷୟରେ ଆଲୋଚନା କରିବା ପାଇଁ ଆକ ଦେଶକୁ ଗସ୍ତ କରିବେ ବୋଲି ଶୁଣାଯାଉଛି।
ଟେସଲାର କାର୍ଯ୍ୟନିର୍ବାହୀମାନେ ସେମାନଙ୍କ ଗସ୍ତ ସମୟରେ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍ଓ) ଏବଂ ଅନ୍ୟାନ୍ୟ ପ୍ରମୁଖ ମନ୍ତ୍ରଣାଳୟର ଅଧିକାରୀଙ୍କ ସହିତ ବୈଠକ କରିବେ। ଆଲୋଚନାରେ ଟେସଲାର ନିବେଶ ଯୋଜନା, ସମ୍ଭାବ୍ୟ କାରଖାନା ସ୍ଥାନ ଏବଂ ଭାରତରେ ବୈଦ୍ୟୁତିକ ଯାନ (ଇଭି) ଉତ୍ପାଦନ ସହିତ ଜଡିତ ସରକାରୀ ନୀତି ଉପରେ ଆଲୋଚନା ହେବ ବୋଲି ଆଶା କରାଯାଉଛି।
ତେବେ ବହୁ ପୂର୍ବରୁ ଟେସଲା ଭାରତରେ ଏକ ଉତ୍ପାଦନ କେନ୍ଦ୍ର ସ୍ଥାପନ କରିବାକୁ ଆଗ୍ରହ ଦେଖାଇଛି। ପ୍ରାରମ୍ଭିକ ସୂତ୍ର ଅନୁଯାୟୀ, କମ୍ପାନୀ ଆରମ୍ଭରୁ ୩ ବିଲିୟନରୁ ୫ ବିଲିୟନ ଡଲାର ମଧ୍ୟରେ ନିବେଶ କରିପାରେ ବୋଲି ଅନୁମାନ କରାଯାଉଛି।
ସରକାର ସମ୍ପ୍ରତି ଏକ ନୂତନ ଇଭି ନୀତି ପ୍ରଚଳନ କରିଛନ୍ତି। ଯାହାକି ସ୍ଥାନୀୟ ଉତ୍ପାଦନ ପ୍ରତି ପ୍ରତିବଦ୍ଧ କମ୍ପାନୀଗୁଡ଼ିକ ପାଇଁ ଆମଦାନୀ ଶୁଳ୍କ ରିହାତି ପ୍ରଦାନ କରୁଛି। ଏହି ନୀତି ଅନୁଯାୟୀ, ଟେସଲା ସମେତ ବିଦେଶୀ ଇଭି ନିର୍ମାତାମାନଙ୍କୁ ଶୁଳ୍କ ଲାଭ ପାଇବା ପାଇଁ ଏହି ଯୋଜନା ଅଧୀନରେ ଆବେଦନ କରିବାକୁ ପଡିବ।
ଟେସଲା ଏହାର କାରଖାନା ସ୍ଥାପନ କରିବା ପାଇଁ ଭାରତର ବିଭିନ୍ନ ରାଜ୍ୟ ଆଖିକ ଆସୁଥିବା ବେଳେ ଆଗରେ ରହିଛି ମହାରାଷ୍ଟ୍ର ଏବଂ ଗୁଜରାଟ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/02/19/gdSyEcNIvOa7AZwgJU9p.jpg)