ମୁମ୍ବାଇ : ବହୁ ବର୍ଷର ଅପେକ୍ଷା ପରେ ଶେଷରେ ଭାରତୀୟ ବଜାରରେ ପ୍ରବେଶ କରିବାକୁ ଯାଉଛି ବିଶ୍ବର ଜଣାଶୁଣା ଇଲେକ୍ଟ୍ରିକ୍ ଯାନ କମ୍ପାନି ଟେସଲା । ଅର୍ଥାତ୍ ଏବେ ଭାରତୀୟ ରାସ୍ତାରେ ଟେସଲା ଗାଡ଼ି ଦୌଡ଼ୁଥିବାର ଦେଖିବାକୁ ମିଳିବ ।
ଭାରତର ପ୍ରଥମ ଟେସଲା ସୋରୁମ ମୁମ୍ବାଇରେ ଖୋଲିବାକୁ ଯାଉଛି । ଏହି ସୋରୁମ୍ ଆସନ୍ତା ମଙ୍ଗଳବାର ଅର୍ଥାତ ଜୁଲାଇ ୧୫ ତାରିଖରେ ଉଦଘାଟନ ହେବ । ଏହା କେବଳ ଏକ ସୋରୁମ ନ ହୋଇ କମ୍ପାନିର ଏକ ଏକ୍ସପେରିଏନ୍ସ ସେଣ୍ଟର ହେବ । ଏଠାରେ ଗ୍ରାହକମାନେ ଟେସଲା କାରର ବିଭିନ୍ନ ଫିଚର ସଂପର୍କରେ ଜାଣିପାରିବେ ଓ ଟେଷ୍ଟ ଡ୍ରାଇଭ୍ କରିପାରିବେ । ଏହା ସହିତ ଟେସଲାର ଟେକନଲୋଜୀ, ଚାର୍ଜିଙ୍ଗ ସିଷ୍ଟମ ଆଦି ସଂପର୍କରେ ଜାଣିପାରିବେ ।
ଭାରତର ପ୍ରଥମ ଟେସଲା ସୋରୁମ ମୁମ୍ବାଇରେ ଖୋଲିବାକୁ ଯାଉଛି। ଏହି ସୋରୁମ୍ ଆସନ୍ତା ମଙ୍ଗଳବାର ଅର୍ଥାତ ଜୁଲାଇ ୧୫ ତାରିଖରେ ଉଦଘାଟନ ହେବ। ଏହା କେବଳ ଏକ ସୋରୁମ ନ ହୋଇ କମ୍ପାନିର ଏକ ଏକ୍ସପେରିଏନ୍ସ ସେଣ୍ଟର ହେବ।
ଏଲନ ମସ୍କଙ୍କ ଟେସଲା ବିଗତ କିଛି ବର୍ଷ ଧରି ଭାରତୀୟ ବଜାରରେ ପ୍ରବେଶ କରିବାକୁ ଉଦ୍ୟମ କରିଆସୁଥିଲା । କିନ୍ତୁ ଟିକସ ଜନିତ ସମସ୍ୟା ଓ ସରକାରୀ ଅନୁମତି ଆଦି କାରଣରୁ କମ୍ପାନି ଭାରତରେ ପ୍ରବେଶ କରିପାରିନଥିଲା । ତେବେ ଚଳିତ ବର୍ଷ ଆରମ୍ଭରେ ଭାରତ ସରକାର କମ୍ପାନିକୁ ଭାରତୀୟ ବଜାରରେ ପ୍ରବେଶ କରିବାକୁ ଅନୁମତି ଦେଇଥିଲେ । ଏହା ପରେ କମ୍ପାନି ମୁମ୍ବାଇ ଓ ଦିଲ୍ଲୀରେ ସୋରୁମ କରିବାକୁ ସ୍ଥାନ ଲିଜରେ ନେଇଥିଲା ।