ସବୁ ଏମ୍‌ସରେ ସମାନ ଟେଷ୍ଟ୍‍ ଫି’ହେବ

ନୂଆଦିଲ୍ଲୀ: ଭୁବନେଶ୍ୱର ସମେତ ଦେଶରେ କାର୍ଯର୍୍ୟକ୍ଷମ ଥିବା ୭ଟି ଯାକ ଏମ୍‌ସରେ ବିଭିନ୍ନ ପ୍ରକାର ପରୀକ୍ଷା ପାଇଁ ସମାନ ଫି’ ନିର୍ଦ୍ଧାରଣ କରାଯିବ ବୋଲି ଜଣାପଡ଼ିଛି। ବର୍ତ୍ତମାନ ଏମ୍‌ସଗୁଡ଼ିକରେ ହେଉଥିବା ସିଟି ସ୍କାନ୍‌, ଚର୍ମ ପରୀକ୍ଷା, ଏମ୍‌ଆର୍‌ଆଇ, ଇସିଜି, ରକ୍ତ ପରୀକ୍ଷା ଭଳି ଅନେକ ପରୀକ୍ଷା ପାଇଁ ଅଲଗା ଅଲଗା ଫି’ ବ୍ୟବସ୍ଥା ରହିଛି। ଉଦାହରଣ ସ୍ୱରୂପ, ଦିଲ୍ଲୀ ଏମ୍‌ସରେ ଏକ୍ସ-ରେ ପାଇଁ ୩୦ ଟଙ୍କା ନିଆଯାଉଥିବା ବେଳେ ଅନ୍ୟସବୁ ଏମ୍‌ସରେ ଏହା ୬୦ରୁ ୧୦୦ ଟଙ୍କା ମଧ୍ୟରେ ରହିଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସମସ୍ତ ଯାକ ଏମ୍‌ସରେ ସମାନ ଫି’ କରିବା ପାଇଁ ନୀତିଗତ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ଏମ୍‌ସର ନିର୍ଦ୍ଦେଶକମାନଙ୍କୁ ନେଇ ଗଠିତ ବିଶେଷଜ୍ଞ କମିଟି ଏହି ସମାନ ଫି’ ନିର୍ଦ୍ଧାରଣର ରୂପରେଖ ପ୍ରସ୍ତୁତ କରିବେ।

ସମ୍ବନ୍ଧିତ ଖବର