ୟୁକେରେ କୋଭିଡ୍–୧୯ ଟିକାର ପରୀକ୍ଷଣ ଆରମ୍ଭ, ୮୦% ସଫଳତା ମିଳିବାର ଆଶା ରଖିଛନ୍ତି ଗବେଷକ

ନୂଆଦିଲ୍ଲୀ: ମହାମାରୀ କୋଭିଡ୍–୧୯ କବଳରୁ ନିସ୍ତାର ପାଇବା ପାଇଁ ସାରା ବିଶ୍ବ ଏବେ ଉପଯୁକ୍ତ ଟିକା ଉଦ୍‌ଭାବନ ପାଇଁ ଗବେଷଣା ଜାରି ରଖିଥିବା ବେଳେ ବ୍ରିଟେନ୍‌ ଏ ଦିଗରେ କିଛି ପାହାଚ ଆଗରେ ଥିବା ଜଣାଯାଇଛିା ବିଶ୍ବବ୍ୟାପୀ ଉଦ୍ୟମ ଭିତରେ ଚଳିତ ସପ୍ତାହରେ ଏ ଦିଗରେ କିଛି ସକରାତ୍ମକ ପଦକ୍ଷେପ ଏହି ଘାତକ ସାର୍ସ–କୋଭ୍–୨ ଭୂତାଣୁର ସମୂଳ ନାଶ କରିବା ପାଇଁ ନୂତନ ଆଶା ଆଣିଦେଇଛିା ଅନୁରୂପ ଟିକାର ନୈଦାନିକ ପରୀକ୍ଷଣ ପାଇଁ ଜର୍ମାନୀକୁ ଅନୁମୋଦନ ମିଳିଥିବା ବେଳେ ୟୁକେ ଆଜିଠାରୁ ଏହାର ପରୀକ୍ଷଣ ଆରମ୍ଭ କରିଦେଇଛିା ସିପାଞ୍ଜି ଶରୀରରୁ ମିଳିଥିବା ଭୂତାଣୁ ବିରୋଧରେ ସଫଳ ହୋଇଥିବା ସିଏଚ୍ଏଡିଓଏକ୍ସ୧ ନାମକ ଟିକାକୁ ୟୁକେର ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର ବୈଜ୍ଞାନିକମାନେ ୧୮ରୁ ୫୫ ବର୍ଷର ୫୧୦ ଜଣ ସ୍ବେଚ୍ଛାସେବୀଙ୍କ ଠାରେ ପ୍ରୟୋଗ କରିବାକୁ ଲକ୍ଷ୍ୟ ରଖିଛନ୍ତି।

ଏଠାରେ ସ୍ମରଣଯୋଗ୍ୟ, ଯଦିଓ କରୋନା ଭୂତାଣୁର ସଂକ୍ରମଣ ବିରୋଧରେ ଉପଚାର ଅନ୍ବେଷଣ ପାଇଁ ଏବେ ବିଶ୍ବ ସାରା ବିଭିନ୍ନ ଦେଶରେ ୧୫୦ ପାଖାପାଖି ପ୍ରକଳ୍ପ ଚାଲୁ ରହିଛିା ତେବେ ଜର୍ମାନୀର ବାୟୋନ୍ଟେକ୍ ଓ ଆମେରିକାର ପିଫାଇଜର କମ୍ପାନି ଦ୍ବାରା ମିଳିତ ଭାବେ ବିକଶିତ ଏକ ପ୍ରକାର ଟିକାର ନୈଦାନିକ ପରୀକ୍ଷଣ ପାଇଁ ଗତ ବୁଧବାର ଜର୍ମାନ ସରକାରଙ୍କ ପକ୍ଷରୁ ସବୁଜ ସଂକେତ ମିଳିଛିା ସେହିପରି ୟୁକେର ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ହିଁ ଗୁରୁବାର ଠାରୁ ସିଏଚ୍ଏଡିଓଏକ୍ସ୧ ଟିକାର ନୈଦାନିକ ପରୀକ୍ଷଣ ଆରମ୍ଭ କରିଛିା ପ୍ରଥମ ପର୍ଯ୍ୟାୟରେ ୧୮ରୁ ୫୫ ବର୍ଷ ବୟସ୍କ ୨୦୦ ଜଣ ସୁସ୍ଥ ସ୍ବେଚ୍ଛାସେବୀଙ୍କ ଠାରେ ଉକ୍ତ ଟିକାର ବିଭିନ୍ନ ମାତ୍ରା ପ୍ରୟୋଗ କରାଯାଇଛିା ପରେ ଦ୍ବିତୀୟ ପର୍ଯ୍ୟାୟରେ କିଛି ଅଧିକ ସଂକ୍ରମଣପ୍ରବଣ ବୟସ୍କମାନଙ୍କ ଠାରେ ଏହାର ପ୍ରୟୋଗ କରାଯିବ ବୋଲି କୁହାଯାଇଛିା ତେବେ ଏହାର ସଫଳତା ଅଶୀ ପ୍ରତିଶତ ରହିବା ସହ ଆଗାମୀ ସେପ୍ଟେମ୍ବର ସୁଦ୍ଧା ଟିକାର ୧୦ ଲକ୍ଷ ମାତ୍ରା ମିଳିଯିବ ବୋଲି ଏହି ପ୍ରକଳ୍ପର ଗବେଷଣା ନିେର୍ଦ୍ଦଶକ ସାରା ଗିଲବର୍ଟ୍ ଆଶାବାଦୀ ଥିବା କହିଛନ୍ତିା ଏଠାରେ ସ୍ମରଣଯୋଗ୍ୟ, ସମ୍ପ୍ରତି ନୈଦାନିକ ପରୀକ୍ଷଣ ସ୍ତରରେ ପହ‌ିଥିବା ଆମେରିକାର ଦୁଇଟି ଏବଂ ଚୀନ୍‌ର ଗୋଟିଏ ଟିକା ତୁଳନାରେ ସିଏଚ୍ଏଡିଓଏକ୍ସ୧ର ବିଶେଷତ୍ବ ହେଉଛି ଖୁବ୍ କମ୍ ସମୟ ଭିତରେ ଏହାର ପ୍ରସ୍ତୁତି ଏବଂ ରୋଗୀଙ୍କ ପାଖରେ ଉପଲବ୍ଧ ହେବାା ଅପରପକ୍ଷେ, ଆମେରିକା ଏବଂ ଚୀନ ଟିକା ବଜାରକୁ ଆସିବାକୁ ଆହୁରି ବର୍ଷକରୁ ଦେଡ଼ବର୍ଷ ସମୟ ଲାଗିଯିବା ସେହିପରି ସିଏଚ୍ଏଡିଓଏକ୍ସ୧ ଉପରେ ଏହାର ଗବେଷକମାନଙ୍କ ଭରସା ଏତେ ଅଧିକ ଯେ ନୈଦାନିକ ପରୀକ୍ଷଣ ଆଗରୁ ହିଁ ଏହାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛିା

ସମ୍ବନ୍ଧିତ ଖବର