କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ୮ ରାଜ୍ୟକୁ ଚିକିତ୍ସା ଏବଂ ପରୀକ୍ଷା ହାର ବଢ଼ାଇବାକୁ କହିଲା କେନ୍ଦ୍ର

ଓଡ଼ିଶାର ୧୦ ଜିଲ୍ଲା ସଂକ୍ରମଣ ପ୍ରବଣ

ନୂଆଦିଲ୍ଲୀ: ହଠାତ କିଛି ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରୁ ପରୀକ୍ଷା ହାର ବଢ଼ାଇବା ସହ ଚିକିତ୍ସା ଉପରେ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଥିଲେ କେନ୍ଦ୍ର ସରକାର। ଏବେ “ଟେଷ୍ଟ, ଟ୍ରାକ୍ ଆଣ୍ଡ ଟ୍ରିଟ” ର ପ୍ରଭାବଶାଳୀ ରଣନୀତି ନୋବେଲ କରୋନାଭାଇରସ୍ ମହାମାରୀ ଉପରେ ଭଲ ପ୍ରଭାବ ପକାଇଥିବା ନେଇ ରାଜ୍ୟମାନଙ୍କୁ ଆଜି ଏକ ବିବୃତିରେ କହିଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ। ହରିୟାଣା, ଆନ୍ଧ୍ରପ୍ରଦେଶ, ଓଡ଼ିଶା, ଗୋଆ, ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ, ଦିଲ୍ଲୀ ଏବଂ ଚଣ୍ଡିଗଡ଼ ଆଦି  ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ପରୀକ୍ଷା, କଣ୍ଟାକ୍ଟ ଟ୍ରେସିଂ ଏବଂ ଅଧିକ ସଂକ୍ରମଣ ଥିବା ଜିଲ୍ଲାମାନଙ୍କରେ ଟିକାକରଣକୁ ତ୍ୱରାନ୍ୱିତ କରିବାକୁ କୁହାଯାଇଛି।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତିରେ କୁହାଯାଇଛିି ଯେ, ୮ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ଥିବା ୬୩ଟି ଜିଲ୍ଲାରେ କରୋନା ପରୀକ୍ଷା ହାର କମ ହେବା ସହ ସଂକ୍ରମଣ ‌ସଂଖ୍ୟା ବଢ଼ିଛି। କଣ୍ଟାକ୍ଟ ଟ୍ରେସିଂ ମଧ୍ୟ କରାଯାଉନାହିଁ। ଏଭଳି ହେବା ଦ୍ବାରା ସଂକ୍ରମଣ ପଡ଼ୋଶୀ ରାଜ୍ୟକୁ ବ୍ୟାପିବାର ଆଶଙ୍କା ରହିଛି। ୬୩ଟି ଜିଲ୍ଲା ମଧ୍ୟରେ ଦିଲ୍ଲୀର ୯ଟି ଜିଲ୍ଲା, ୧୫ଟି ହରିୟାଣାରେ, ୧୦ଟି ଆନ୍ଧ୍ରପ୍ରଦେଶରେ, ୧୦ଟି ଓଡ଼ିଶାରେ, ୯ଟି ହିମାଚଳ ପ୍ରଦେଶରେ, ଉତ୍ତରାଖଣ୍ଡରେ ୭ଟି, ଗୋଆରେ ୨ଟି ଏବଂ ଚଣ୍ଡିଗଡ଼ରେ ଗୋଟିଏ ଜିଲ୍ଲା ରହିଛି। ଏଭଳି ସ୍ଥିତି‌ରେ କରୋନା ପରୀକ୍ଷା ହାର ବଢ଼ାଇବା ସହ ଟିକାକରଣ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ହେବ।

Covid Cases Surge In States | "Test, Track, Treat": Centre To 8 States, Union Territories On Covid Surge
NDTV

ତେବେ ମାରାତ୍ମକ ଭୂତାଣୁ ବିସ୍ତାରକୁ ନିୟନ୍ତ୍ରଣ କରିବା ପାଇଁ ସ୍ବାସ୍ଥ୍ୟ ମନ୍ତ୍ରାଳୟର ଉଚ୍ଚସ୍ତରୀୟ ଦଳ ପଞ୍ଜାବ ଏବଂ ମହାରାଷ୍ଟ୍ରକୁ ପହଞ୍ଚିଛନ୍ତି। ଆଜି ଅନ୍ୟ ଏକ ସରକାରୀ ବିବୃତିରେ କୁହାଯାଇଛି ଯେ, କୋଭିଡ-୧୯ର ନୀରିକ୍ଷଣ, ନିୟନ୍ତ୍ରଣ ଏବଂ କଣ୍ଟେନମେଣ୍ଟ ବ୍ୟବସ୍ଥାରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ସହାୟତା କରିବାକୁ ଏହି ଟିମକୁ ନିୟୋଜିତ କରାଯାଇଛି। ସଂକ୍ରମଣର ବୃଦ୍ଧି ହେବାର କାରଣ ନିଶ୍ଚିତ କରିବାକୁ ଏହି ଦଳମାନଙ୍କୁ ସେଠାକୁ ପଠାଯାଇଛି।

ସମ୍ବନ୍ଧିତ ଖବର