ଓ୍ଵାସିଂଟନଡିସି: ବନ୍ୟାରେ ଅସହାୟ ଆମେରିକା । ପ୍ରବଳ ବର୍ଷା ପରେ ଉପୁଜିଥିବା ବନ୍ୟା ସ୍ଥିତି ଏତେ ଭୟଙ୍କର ହେଲାଣି ଯେ ଧନଜୀବନ ହାନୀ ହେଲାଣି । ଇତିମଧ୍ଯରେ ବନ୍ୟାରେ ୫୧ ଜଣଙ୍କ ମୃତ୍ୟୁ ହେଲାଣି । ମୃତକଙ୍କ ମଧ୍ଯରେ ୧୫ ଜଣ ଶିଶୁ ବି ଅଛନ୍ତି । ଗ୍ଵାଡାଲୁପ ନଦୀରେ ପ୍ରବଳ ବନ୍ୟା ଆସିବା ପରେ ଏଭଳି ସ୍ଥିତି ଉପୁଜିଛି ।
ସବୁଠାରୁ ବଡ଼ କଥା ହେଉଛି ନଦୀରେ ହଠାତ୍ ବନ୍ୟା ମାଡି ଆସିବାରୁ ଏକ କ୍ୟାମ୍ପ କରି ରହିଥିବା ୨୭ ଜଣ ଯୁବତୀ ନିଖୋଜ ଅଛନ୍ତି । ସମଲ କ୍ୟାମ୍ପ ପକାଇଥିବା ବେଳେ ପ୍ରକୃତିର କରାଳ ରୂପ ଆଗରେ ସେମାନେ ଫସିଯାଇଛନ୍ତି । ପାଖାପାଖି ୮୫୦ ଜଣଙ୍କ ବନ୍ୟାରୁ ଉଦ୍ଧାର କରାଗଲାଣି ।
ଆମେରିକାରେ ବନ୍ୟାର ତାଣ୍ଡବ ଜାରି ରହିଥିବା ବେଳେ ଟେକ୍ସାସରେ ପାଣିର ପ୍ରଳୟ ପାଇଁ ହାହାକାର ଖେଳିଯାଇଛି । ନିଜକୁ ବିଶ୍ବର ଧନୀ ରାଷ୍ଟ୍ର ବୋଲି କହୁଥିବା ଆମେରିକା ବି ଆଜି ପ୍ରକୃତିର ପ୍ରକୋପ ଆଗରେ ଅସହାୟ । ଭୀଷଣ ବନ୍ୟାରେ ଏଯାଏଁ ୫୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକଙ୍କ ପତ୍ତା ମିଳୁନି । ଏହାସହ ଲୋକ ବାସହୀନ ହୋଇପଡ଼ିଛନ୍ତି ।
ଆମେରିକାର ୨ ରାଜ୍ୟ ଟେକ୍ସାସ୍ ଓ କେର୍ବିଲର ଅନେକ ଅଞ୍ଚଳ ବନ୍ୟା ପାଣିରେ ବୁଡ଼ିଛି । ମାସକର ବର୍ଷା କିଛି ମାତ୍ର ଘଣ୍ଟାରେ ହୋଇଛି । ଫଳରେ ଏଠାରେ ଭୟଙ୍କର ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଗ୍ବାଡାଲୁପ୍ ନଦୀରେ ବନ୍ୟାଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ନଦୀର ଜଳ ୨୯ ଫୁଟ ଯାଏଁ ବୃଦ୍ଧି ହୋଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/07/06/51-dead-2025-07-06-09-49-24.jpg)