ୟୁଭାଲ୍ଡି (ଯୁକ୍ତରାଷ୍ଟ୍ର ଆମେରିକା): ମଙ୍ଗଳବାର ଦିନ ଟେକ୍ସାସ୍ ଅନ୍ତର୍ଗତ ୟୁଭାଲ୍ଡି କାଉଣ୍ଟିସ୍ଥିତ ଏକ ଏଲିମେଣ୍ଟାରି ସ୍କୁଲ୍ରେ ଜଣେ ତରୁଣ ବନ୍ଧୁକଧାରୀ ଗୁଳି ଚଳାଇବାରୁ ୨୧ଜଣ ନିହତ ହୋଇଥିଲେ। ଟେକ୍ସାସ୍ର ଗଭର୍ଣ୍ଣର୍ ଗ୍ରେଗ୍ ଆବୋଟ୍ ଏନେଇ ସୂଚନା ଦେଇଥିଲେ। ତେବେ ଏଭଳି ନୃଶଂସ କାମ କରିବା ପୂର୍ବରୁ ଅଭିଯୁକ୍ତ ନିଜ ଜେଜେ ମା’ଙ୍କୁ ହତ୍ୟା କରିଥିଲା ବୋଲି ଜଣାପଡ଼ିଛି। ଏହା ସହ ଆକ୍ରମଣ କରିବା ପୂର୍ବରୁ ଅଭିଯୁକ୍ତ ସାଲ୍ବାଡର୍ ରାମୋସ୍ ନିଜ ଇନଷ୍ଟାଗ୍ରାମର ଜଣେ ଫଲୋୱରଙ୍କୁ ମେସେଜ କରିଥିଲେ।
/sambad/media/post_attachments/e5b6b820612050bd451610d30e128268bf82e3c9027ae3306a1632601741870c.jpeg)
ଏବେ ଅଭିଯୁକ୍ତ ନିଜ ଇନଷ୍ଟାଗ୍ରାମ ଫଲୋୱର ସହ କରିଥିବା ଚାଟର ସ୍କ୍ରିନସଟ ଭାଇରାଲ ହେବାରେ ଲାଗିଛି। ତେବେ ଆକ୍ରମଣ କରିବା ପରେ ପରେ ଘଟଣାସ୍ଥଳରେ ପୁଲିସ ଅଧିକାରୀଙ୍କ ଗୁଳି ଚୋଟରେ ପ୍ରାଣ ହରାଇଛି ଅଭିଯୁକ୍ତ ସାଲ୍ବାଡର୍ ରାମୋସ୍। ତାଙ୍କ ମୃତ୍ୟୁ ପରେ ତାଙ୍କର ଇନଷ୍ଟା ପ୍ରୋଫାଇଲରୁ ଅନେକ ତଥ୍ୟ ପୁଲିସ ହାତରେ ଲାଗିଛି।
/sambad/media/post_attachments/cc81173b479664ace8277c4a98e15b02188b3166fe686d30770dab430e065643.jpeg)
/sambad/media/post_attachments/ba64c19a45bfb8e0e8d6ac8758b0223243f8c9142984cd720f089404c64f461f.jpeg)
ହ୍ବାଇଟ୍ ହାଉସ୍ କହିବା ଅନୁସାରେ, ଗୁଳିକାଣ୍ଡ ଘଟଣା ସଂକ୍ରାନ୍ତରେ ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କୁ କୁହାଯାଇଛି। ଦକ୍ଷିଣ କୋରିଆ ଏବଂ ଜାପାନରୁ ୫ଦିନିଆ ଗସ୍ତରୁ ଫେରିବା ପରେ ଆଜି ଏ ପ୍ରସଙ୍ଗରେ ସେ ଜାତି ଉଦ୍ଦେଶ୍ୟରେ ଅଭିଭାଷଣ ଦେବେ। ଏହି ଦୁଃଖଦ ଘଟଣା ପାଇଁ ଶୋକ ପାଳନପୂର୍ବକ ମେ ୨୮ ତାରିଖ ପର୍ଯ୍ୟନ୍ତ ଜାତୀୟ ପତାକା ଅର୍ଦ୍ଧ-ନମିତ ରଖିବା ଲାଗି ରାଷ୍ଟ୍ରପତି ବାଇଡେନ୍ ଆଦେଶ ଦେଇଛନ୍ତି।
ପରିଚୟ ଗୁପ୍ତ ରଖିବା ସର୍ତ୍ତରେ ଗଣମାଧ୍ୟମକୁ ଜଣେ ଆଇନ ପ୍ରଣୟନକାରୀ ଅଧିକାରୀ କହିଛନ୍ତି, ଗୁଳିକାଣ୍ଡ ଆରମ୍ଭ ହେବା ସମୟରେ ନିକଟବର୍ତ୍ତୀ ଅଞ୍ଚଳରେ ଥିବା ଜଣେ ‘ବର୍ଡର୍ ପାଟ୍ରୋଲ୍ ଏଜେଣ୍ଟ୍’ଙ୍କ ଗୁଳି ଚୋଟରେ ବନ୍ଧୁକଧାରୀଙ୍କର ମୃତ୍ୟୁ ଘଟିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/t-36.jpg)