ଟେକ୍ସାସ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ

ଜଣେ ପୁଲିସ କର୍ମୀ ନିହତ

ଓ୍ଵାସିଂଟନ : ଆମେରିକାର ଟେକ୍ସାସ ଟେକ୍‌୍‌ ୟୁନିଭର୍ସିଟିରେ ସୋମବାର ରାତିରେ ଏକ ଗୁଳିକାଣ୍ଡ ଆତଙ୍କ ସୃଷ୍ଟି କରିଛି। କ୍ୟାମ୍ପ୍‌ସରେ ଅବସ୍ଥିତ ପୁଲିସ କ୍ୟାମ୍ପ୍‌ ଉପରକୁ ଜଣେ ଯୁବକ ଆଖିବୁଜା ଗୁଳିମାଡ଼ କରିବାରୁ ଜଣେ ପୁଲିସ କର୍ମୀ ନିହତ ହୋଇଛନ୍ତି। ଏହାପରେ ସମଗ୍ର ଅଂଚଳରେ ହାଇଆଲର୍ଟ ଜାରି ହୋଇଛି। କ୍ୟାମ୍ପ୍‌ରେ ଛାତ୍ରଛାତ୍ରୀଙ୍କୁ ସର୍ବାଧିକ ଆଲର୍ଟରେ ରହିବାକୁ କୁହାଯାଇଛି। ଗୁଳିକାଣ୍ଡ ଘଟାଇଥିବା ଯୁବକ ଟେକ୍‌ ୟୁନିଭର୍ସିଟିର ଜଣେ ଛାତ୍ର ବୋଲି ଜଣାପଡ଼ିଛି। ବ୍ୟାପକ ତଲାସି ପରେ ଉକ୍ତ ଛାତ୍ରକୁ ଗିରଫ କରାଯାଇଛି।

ସମ୍ବନ୍ଧିତ ଖବର