ନୂଆଦିଲ୍ଳୀ: ମହାରାଷ୍ଟ୍ର ରାଜନୀତିରେ ହଇଚଇ। ଦୀର୍ଘ ଦୁଇ ଦଶନ୍ଧି ଧରି ପରସ୍ପରଠାରୁ ଦୂରେଇ ରହିଥିବା ଦୁଇ ଭାଇ ତଥା ରାଜନେତା ରାଜ୍ ଠାକ୍ରେ ଓ ଉଦ୍ଧବ ଠାକ୍ରେ ଗୋଟାଏ ମଞ୍ଚରେ ନଜର ଆସିଛନ୍ତି। ଶନିବାର ଦିନ ମହାରାଷ୍ଟ୍ର ସରକାରଙ୍କର ତ୍ରିଭାଷୀ ପ୍ରସଂଗକୁ ନେଇ ଗୋଟାଏ ମଞ୍ଚରେ ଦେଖିବାକୁ ମିଳିଥିଲେ ଏହି ଦୁଇ ଭାଇ।
ଏହାକୁ ନେଇ ମହାରାଷ୍ଟ୍ରରେ ଅନେକ ରାଜନୈତିକ ସମୀକରଣ ଦେଖିବାକୁ ମିଳିବ ବୋଲି ରାଜନୈତିକ ବିଶ୍ଳେଷକମାନେ ମତ ଦେଇଛନ୍ତି।
ମହାରାଷ୍ଟ୍ରରେ ତ୍ରିଭାଷା ସୂତ୍ର ଲାଗୁ କରିବାକୁ ନେଇ ସରକାର ଆଣିଥିବା ପ୍ରସ୍ତାବକୁ ରାଜ ଠାକରେ ଓ ଉଦ୍ଧବ ଠାକରେ କଡ଼ା ବିରୋଧ କରିଛନ୍ତି । ଏହାକୁ ନଜରରେ ରଖି ମହାରାଷ୍ଟ୍ର ସରକାର ଗୋଟିଏ ପାଦ ପଛକୁ ଫେରି ଏହି ଆଇନକୁ କିଛିଦିନ ପାଇଁ ସ୍ଥଗିତ ରଖିଛନ୍ତି । ଏହି ଅବସରରେ ଏହା ମରାଠୀମାନଙ୍କ ବିଜୟ ବୋଲି କହି ଏକ ଉତ୍ସବର ଆୟୋଜନ କରାଯାଇଛି । ଏହି ଉତ୍ସବରେ ଗୋଟିଏ ମଞ୍ଚରେ ଉଦ୍ଧବ ଠାକରେ ଓ ରାଜ୍ ଠାକରେ ଏକାଠି ହେବେ ।
୨୦ ବର୍ଷ ଭିତରେ ଉଭୟ ରାଜ ଠାକରେ ଓ ଉଦ୍ଧବ ଠାକରେ ରାଜନୈତିକ ଭାବେ ଅନେକ ଉତ୍ଥାନ ପତନ ଦେଖିଛନ୍ତି । ଏବେ ଆଗାମୀ ଦିନରେ ହେବାକୁ ଥିବା ମହାନଗରପାଳିକା ନିର୍ବାଚନର ଫଳାଫଳ ଉଭୟ ଭାଇଙ୍କ ରାଜନୈତିକ ଭବିଷ୍ୟତ ନିର୍ଣ୍ଣୟ କରିବ । ଏହାକୁ ନେଇ ବିରୋଧୀ କହିଛନ୍ତି କି, ଏହି ମେଳି ମରାଠୀମାନଙ୍କ ସ୍ୱାର୍ଥ ପାଇଁ ନୁହେଁ ବରଂ ମହାନଗରପାଳିକା ନିର୍ବାଚନ ପାଇଁ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/07/05/new-project-4-2025-07-05-12-35-02.jpg)