ବ୍ୟାଙ୍ଗ୍କକ୍: ଗୁଳି ବର୍ଷଣ କରି ଅନ୍ୟୂନ ୨୧ଜଣଙ୍କୁ ହତ୍ୟା କରିଥିବା ଜଣେ ସୈନିକଙ୍କୁ ରବିବାର ଦିନ ଥାଇ ନିରାପତ୍ତା ବଳ ହତ୍ୟା କରିଥିବା କଥା ପୁଲିସ ଏବଂ ସାମରିକସୂତ୍ରରୁ ଜଣାପଡ଼ିଛି। ନାଖୋନ୍ ରଚସିମା ସହରର ଉତ୍ତରପୂର୍ବରେ ସେ ସୈନିକ ଆତ୍ମଗୋପନ କରିଥିବା ସପିଙ୍ଗ୍ ମଲ୍ରେ ହିଁ ତାଙ୍କୁ ହତ୍ୟା କରାଯାଇଛି ବୋଲି ସେମାନେ କହିଛନ୍ତି।
ନିରାପତ୍ତା ବଳ କହିଛି ଯେ ଅପରାଧୀକୁ ପୁଲିସ ହତ୍ୟା କରି ୮ଜଣ ପଣବନ୍ଦୀଙ୍କୁ ଉଦ୍ଧାର କରିଛି। ସେମାନଙ୍କ ମଧ୍ୟରୁ କେତେକ କ୍ଷତବିକ୍ଷତ ହୋଇଛନ୍ତି।
Image Source: India Todayଶନିବାର ଅପରାହ୍ଣ ପ୍ରାୟ ୩ଟା ସମୟରେ ସମ୍ପୃକ୍ତ ସୈନିକ ଗୋଟାଏ ଘରେ ଗୁଳି ଚଳାଇବା ପରେ ସେନାଛାଉଣିକୁ ଯାଇଥିଲେ। ତା’ପରେ ସେଠାରୁ ସେ ନାଖୋନ୍ ରଚସିମାସ୍ଥିତ ସପିଙ୍ଗ୍ ମଲ୍କୁ ଯାଇଥିଲେ। ସେ ସୈନିକଜଣକ ୩୨ ବର୍ଷିୟ ଜାକ୍ରାପନ୍ଥ ଥୋମ୍ମା ବୋଲି ପୁଲିସ କହିଛି।
୯ଜଣ ସାଧାରଣ ନାଗରିକଙ୍କୁ ସପିଙ୍ଗ୍ ମଲ୍ରୁ ଉଦ୍ଧାର କରାଯାଇଛି। ଅନ୍ୟ କେହି ସେଠାରେ ରହିଯାଇଛନ୍ତି କି, ନାହିଁ ତାହା ନିରାପତ୍ତା ବଳ ଯାଞ୍ଚ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/thailand-shooting.jpg)