ବ୍ୟାଙ୍କକ୍ : ଦକ୍ଷିଣ-ପୂର୍ବ ଏସୀୟ ଦେଶ ଥାଇଲାଣ୍ଡ ଓ କାମ୍ବୋଡିଆ ମଧ୍ୟରେ ଏକ ସଂଘର୍ଷ ଆରମ୍ଭ ହୋଇଯାଇଛି । ଏପର୍ଯ୍ୟନ୍ତ ପୂର୍ଣ୍ଣାଙ୍ଗ ଯୁଦ୍ଧ ଘୋଷଣା ହୋଇନଥିଲେ ବି ସ୍ଥିତି ବିସ୍ଫୋରକ ରହିଛି । ତେବେ ଆପଣ ଜାଣିଛନ୍ତି କି ଏକ ପ୍ରାଚୀନ ଶିବ ମନ୍ଦିରକୁ ନେଇ ବିଗତ କିଛି ବର୍ଷ ହେଲା ଚାଲିଥିବା ଏହି ବିବାଦ ଏବେ ଯୁଦ୍ଧ ପର୍ଯ୍ୟନ୍ତ ପହଞ୍ଚିଛି ? ଆସନ୍ତୁ ଜାଣିବା ଏହି ମନ୍ଦିର ସଂପର୍କରେ ।

Advertisment

ଏହି ମନ୍ଦିର ୮୦୦ ବର୍ଷ ପୁରୁଣା। ଏହାକୁ କାମ୍ବୋଡିଆର ଖେମର ବଂଶର ଶାସକମାନେ ନିର୍ମଣ କରିଥିଲେ । ମନ୍ଦିରଟି ଭଗବାନ ଶିବଙ୍କୁ ସମର୍ପିତ । ଏହି ମନ୍ଦିର ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳକୁ ନେଇ ଥାଇଲ୍ୟାଣ୍ଡ ଏବଂ କାମ୍ବୋଡିଆ ମଧ୍ୟରେ ବିବାଦ ରହିଛି।

ଯେଉଁ ମନ୍ଦିର ପାଇଁ ଥାଇଲ୍ୟାଣ୍ଡ ଏବଂ କାମ୍ବୋଡିଆ ଯୁଦ୍ଧ କରୁଛନ୍ତି ତାହାରା ନାମ ହେଉଛି ‘ପ୍ରସାତ ତା ମୁଏନ ଥୋମ’ । ଏହି ମନ୍ଦିରରେ ଭଗବାନ ଶିବଙ୍କ ଏକ ମୂର୍ତ୍ତି ଅଛି। ଏହି ମନ୍ଦିର ଯେଉଁ ସ୍ଥାନରେ ଅବସ୍ଥିତ ତାହା ଥାଇଲ୍ୟାଣ୍ଡ ଏବଂ କାମ୍ବୋଡିଆର ସୀମା। ଏହି ଅଞ୍ଚଳ ଉଭୟ ଦେଶ ପାଇଁ ସାଂସ୍କୃତିକ ଭାବରେ ଗୁରୁତ୍ୱପୂର୍ଣ୍ଣ ଏବଂ ଏଠାରେ ଏକ ପ୍ରାଚୀନ ହିନ୍ଦୁ ମନ୍ଦିର ଅବସ୍ଥିତ। ଏହି ମନ୍ଦିର ୮୦୦ ବର୍ଷ ପୁରୁଣା। ଏହାକୁ କାମ୍ବୋଡିଆର ଖେମର ବଂଶର ଶାସକମାନେ ନିର୍ମଣ କରିଥିଲେ । ମନ୍ଦିରଟି ଭଗବାନ ଶିବଙ୍କୁ ସମର୍ପିତ । ଏହି ମନ୍ଦିର ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳକୁ ନେଇ ଥାଇଲ୍ୟାଣ୍ଡ ଏବଂ କାମ୍ବୋଡିଆ ମଧ୍ୟରେ ବିବାଦ ରହିଛି। ଗତ ବୁଧବାର ଦିନ କାମ୍ବୋଡିଆର ରକେଟ ମାଡ଼ରେ ଥାଇଲାଣ୍ଡରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହାର ଜବାବରେ ଥାଇ ସେନା ଗୁରୁବାର ଏୟାରଷ୍ଟ୍ରାଇକ କରିଛି । 

ଗତ କିଛି ବର୍ଷ ଧରି ମନ୍ଦିରକୁ ନେଇ ଦୁଇ ଦେଶ ମଧ୍ୟରେ ବିବାଦ ଲାଗି ରହିଥିଲା, କିନ୍ତୁ ସମ୍ପ୍ରତି ଏହା ଉଗ୍ର ହୋଇ ଉଠିଥିଲା ଯେତେବେଳେ ଫେବୃଆରୀରେ କିଛି କାମ୍ବୋଡିଆନ୍ ସୈନିକ ମନ୍ଦିର ଅଞ୍ଚଳରେ ପହଞ୍ଚି ସେଠାରେ ସେମାନଙ୍କର ଜାତୀୟ ସଙ୍ଗୀତ ଗାନ କରିବା ଆରମ୍ଭ କରିଥିଲେ। ଏହା ପରେ ଥାଇ ସୈନିକ ବି ସେଠାରେ ପହଞ୍ଚିଥିଲେ ଓ ବିବାଦ ବଢିଥିଲା ।