ଦେଖନ୍ତୁ ଥାଇଲାଣ୍ଡ ଗୁମ୍ଫାରୁ ୧୨ ଫୁଟ୍‌ବଲ ଖେଳାଳିଙ୍କ ଉଦ୍ଧାର ସମୟର ଭିଡିଓ; ଘଟଣାକୁ ନେଇ ନିର୍ମାଣ ହେବ ହଲିଉଡ୍‌ ଫିଲ୍ମ

ଚିଆଙ୍ଗ ରାଇ: ଥାଇଲାଣ୍ଡର କାଳ ଗୁମ୍ଫାରେ ୧୮ଦିନ ଧରି ଫସି ରହିଥିବା ୧୨ଜଣ ବାଳକ ଫୁଟବଲ ଖେଳାଳି ଏବଂ ତାଙ୍କ କୋଚ୍‌ଙ୍କୁ ବଞ୍ଚାଇବା ପାଇଁ ଉଦ୍ଧାରକାରୀ ଦଳର କଠିନ ପରିଶ୍ରମ ପରେ ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା । ଫସି ରହିଥିବା ସମସ୍ତ ୧୩ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯିବା ପରେ ବିଶ୍ୱବାସୀ ଉଦ୍ଧାରକାରୀ ଦଳର କାର୍ଯ୍ୟକୁ ପ୍ରଶଂସା କରିଥିଲେ । ଏହି ଘଟଣାଟି ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏବେ ଉଦ୍ଧାର କରାଯାଉଥିବା ସମୟର ଭିଡ଼ିଓ ସେୟାର କରିଛି ଥାଇ ନ୍ୟାଭି ସିଲ୍‌ । ଏହି ଭିଡ଼ିଓରେ ଉଦ୍ଧାରକାରୀ ଦଳକୁ ୧୨ଜଣ ଖେଳାଳି ଏବଂ ତାଙ୍କ କୋଚ୍‌ଙ୍କୁ ଉଦ୍ଧାର କରିବା ପାଇଁ କେତେ କଷ୍ଟ କରିବାକୁ ପଡ଼ିଥିବା ତାହା ଦେଖିବାକୁ ମିଳିଛି ।

ଅନ୍ଧାରୀ ଗୁମ୍ଫାରେ ପାଣି ଭରି ରହିଥିବା ବେଳେ ଉଦ୍ଧରକାରୀଦଳ କେବଳ ଟର୍ଚ୍ଚ ଲାଇଟ୍‌କୁ ବ୍ୟବହାର କରି ଏହି ଉଦ୍ଧାରକାର୍ଯ୍ୟକୁ ସଫଳ କରିଥିଲେ । ଏବେ ଏହି ଘଟଣାକୁ ନେଇ ଏକ ହଲିଉଡ୍‌ ଫିଲ୍ମ ନିର୍ମାଣ ହେବ ବୋଲି ସୂଚନା ମିଳିଛି । ଦୁଇଟି ଷ୍ଟୁଡ଼ିଓ ଏ ନେଇ ଯୋଜନା ଆରମ୍ଭ କରିଥିବା ବେଳେ ଖୁବ୍‌ ଶୀଘ୍ର ଲୋକମାନେ ଏହି ସତ୍ୟ ଘଟଣାକୁ ପରଦା ଉପରେ ଦେଖି ପାରିବେ ବୋଲି ଜଣାପଡ଼ିଛି ।

ସମ୍ବନ୍ଧିତ ଖବର