ବ୍ୟାଙ୍କକ: ପ୍ରଳୟଙ୍କାରୀ ଭୂକମ୍ପରେ ଥାଇଲାଣ୍ଡ ଥରିଯିବା ପରେ ଏବେ ସବୁଠି ହାହାକାର ପରିସ୍ଥିତି । ମୃତ୍ୟୁ କବଳରୁ ଜୀବନ ବଞ୍ଚାଇବା ପାଇଁ ମଣିଷଙ୍କୁ ଯେତିକି ସଂଘର୍ଷ କରିବାକୁ ପଡୁଛି ସେତିକି ଖାଦ୍ୟ ଗଣ୍ଡେ ପାଇଁ କରିବାକୁ ପଡୁଛି । ଘର ଭାଙ୍ଗି ଯାଇଛି, ଦୋକାନ ଭାଙ୍ଗିଯାଇଛି, ମଲ, ହୋଟେଲ ସବୁ ଭୁଶୁଡି ପଡିଛି ଆଉ ଏମିତି ସ୍ଥିତିରେ କେଉଁଠୁ ମିଳିବ ଖାଦ୍ୟ । ଖାଇବା ପିଇବା ପାଇଁ ଭୂକମ୍ପ ପୀଡିତ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ଥାଇଲାଣ୍ଡର କିଛି ସହୃଦୟ ବ୍ୟକ୍ତି ଏବଂ କିଛି ସ୍ବେଚ୍ଛାସେବୀ ଅନୁଷ୍ଠାନ ଅସମୟରେ ହାତ ବଢାଇଛନ୍ତି ।
#WATCH | Bangkok, Thailand | People offer help to victims and the needy by distributing food & relief materials after the city was hit by an earthquake. pic.twitter.com/GLZm5aHznx
— ANI (@ANI) March 30, 2025
ବ୍ୟାଙ୍କକରେ ସ୍ଥିତି ସଙ୍ଗୀନ ହୋଇଥିବା ବେଳେ ଅସହାୟ ଲୋକଙ୍କୁ ଖାଦ୍ୟ ସାମଗ୍ରୀ ସହ ରିଲିଫ ବଣ୍ଟା ଯାଉଛି । ରାସ୍ତା କଡରେ କ୍ୟାମ୍ପ କରି ରନ୍ଧା ଖାଦ୍ୟ ଲୋକଙ୍କୁ ଦିଆଯାଉଛି । ଆଉ ଭୂକମ୍ପ ପୀଡିତମାନେ ବି ଖୁସିରେ ସେସବୁ ଗ୍ରହଣ କରି ମୁଣ୍ଡିଆ ମାରିପକାଉଛନ୍ତି ।
ଖାଲି ଥାଇଲାଣ୍ଡ ନୁହେଁ ମ୍ୟାମାରେ ବି କିଛି ସ୍ବେଚ୍ଛାସେବୀ ସଂସ୍ଥା ପକ୍ଷରୁ ହସ୍ପିଟାଲ ସାମ୍ନାରେ ଖାଦ୍ୟ ବଣ୍ଟା ବ୍ୟବସ୍ଥା କରାଯାଇଛି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ସମ୍ପର୍କୀୟମାନେ ହସ୍ପିଟାଲ ବାହାରେ ଭୋକରେ ଆଉଟୁ ପାଉଟୁ ହେଉଛନ୍ତି ଏହାକୁ ଆଖି ଆଗରେ ରଖି ଖାଦ୍ୟର ବ୍ୟବସ୍ଥା କରାଯାଇଛି ।
We distributed meal boxes to 300 earthquake-affected people at Mandalay General Hospital.
— BTS V Myanmar Fanbase II (@1stvmyanbase) March 28, 2025
We made this donation after hearing that both inside and outside the hospital were extremely crowded, and everyone was facing difficulties getting food.#MyanmarEarthquake #Myanmar pic.twitter.com/omvTUwv9yX
ସେପଟେ ଖାଲି ସ୍ବେଚ୍ଛାସେବୀ ସଂଗଠନ ନୁହେଁ ମ୍ୟାମାର ଏବଂ ଥାଇଲାଣ୍ଡକୁ ବିଭିନ୍ନ ବଡ ବଡ ଦେଶ ମଧ୍ୟ ସହଯୋଗର ହାତ ବଢାଇଛି ଏବଂ ଆଗକୁ ସହାୟତାର ପ୍ରତିଶ୍ରୁତି ଦେଇଛି । ଭାରତ ଅପରେସନ ବ୍ରହ୍ମା ଜରିଆରେ ମ୍ୟାମାରକୁ ରିଲିଫ ସହାୟତା ପଠାଇଥିବା ବେଳେ ଆମେରିକା ସାହାଯ୍ୟ କରିବାକୁ କଥା ଦେଇଛି ।