ମୁମ୍ବାଇ: ଶିବସେନା ମୁଖ୍ୟ ଉଦ୍ଧବ ଠାକ୍ରେ ମହାରାଷ୍ଟ୍ରରେ ସେନା-ଏନ୍ସିପି-କଂଗ୍ରେସ ମେଣ୍ଟ ସରକାରର ନେତୃତ୍ବ ନେବେ। ୧୯୬୬ରେ ଉଦ୍ଧବଙ୍କ ବାପା ବାଲାସାହେବ ଠାକ୍ରେଙ୍କ ଦ୍ବାରା ପ୍ରତିଷ୍ଠା ହୋଇଥିବା ଆଞ୍ଚଳିକ ଦଳ ପ୍ରଥମ ଥର ପାଇଁ କଂଗ୍ରେସ ଏବଂ ଏନ୍ସିପି ସହ ହାତ ମିଳାଇଛି। ତେବେ ଠାକ୍ରେ ପରିବାରରୁ ଉଦ୍ଧବ ଠାକ୍ରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଉଦ୍ଧବ କେବେ ବି ନିର୍ବାଚନ ଲଢ଼ିନାହାନ୍ତି ଏବଂ ରାଜ୍ୟ ବିଧାନସଭାରେ ସେ ସଦସ୍ୟ ନାହାନ୍ତି। ଜୁଲାଇ ୨୭, ୧୯୬୦ରେ ଜନ୍ମିତ ଉଦ୍ଧବ ୨୦୧୨ରେ ବାଲାସାହେବଙ୍କ ଦେହାନ୍ତ ହୋଇଯିବା ପରେ ଦଳର ଦାୟିତ୍ବ ନେଇଥିଲେ। ଉଦ୍ଧବ ଖୋଲାଖୋଲି ଭାବେ ନାରାୟଣ ରାଣେଙ୍କ କାର୍ଯ୍ୟ ଶୈଳୀକୁ ସମାଲୋଚନା କରୁଥିଲେ। ୧୯୯୯ରେ ନାରାୟଣ ରାଣେ ମହାରାଷ୍ଟ୍ରରେ ସେନା ମୁଖ୍ୟମନ୍ତ୍ରୀ ଥିଲେ। ଉଦ୍ଧବଙ୍କ ବିରୋଧ ଯୋଗୁଁ ରାଣେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଏବଂ ପରେ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା। ୨୦୦୩ରେ ପ୍ରଥମେ ଉଦ୍ଧବ ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ହୋଇଥିଲେ।
ଠାକ୍ରେ ପରିବାରରୁ ପ୍ରଥମ ମୁଖ୍ୟମନ୍ତ୍ରୀ ହେବେ ଉଦ୍ଧବ, କେବେ ବି ନିର୍ବାଚନ ଲଢ଼ିନାହାନ୍ତି
/sambad/media/post_attachments/wp-content/uploads/2019/11/sgr65s4fg85s7df4g65s4dfg56sdf4g65sd4gs.jpg)