ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିଲ୍ଲୀର ଭାରତ ମଣ୍ଡପମ ଛାତ୍ରଙ୍କ ସହିତ ‘ପରୀକ୍ଷା ପର ଚର୍ଚ୍ଚା’ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏହି ଅବସରରେ ମୋଦୀ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ସମୟରେ କିପରି ମାନସିକତା ରଖିବାକୁ ହେବ, ଚାପ ମୁକ୍ତ କିପରି ରହିବାକୁ ହେବ  ସେନେଇ ମନ୍ତ୍ର ଦେଇଥିଲେ। ଏଥିସହିତ ମୋଦୀ ଏହି କାର୍ଯ୍ୟକ୍ରମରେ କରୋନା କାଳକୁ ନେଇ ଆଲୋଚନା ମଧ୍ୟ କରିଥିଲେ।

Advertisment

ମୋଦୀ ‘ପରୀକ୍ଷା ପର ଚର୍ଚ୍ଚା’ କାର୍ଯ୍ୟକ୍ରମରେ ସାମିଲ ହୋଇ କହିଥିଲେ, ‘କରୋନା କାଳରେ ମୁଁ ଦେଶବାସୀଙ୍କୁ ଥାଳି ବଜାଇବାକୁ କହିଥିଲି। ତେବେ ଅନେକ ଲୋକ ଭାବିଥିଲେ ଏହାକୁ ବଜାଇବା ଦ୍ବାରା କରୋନା ସଂକ୍ରମଣ ଶେଷ ହୋଇଯିବ।  କିନ୍ତୁ ସେପରି ନୁହେଁ ସମସ୍ତେ ମିଶି ଥାଳି ବଜାଇବା ଦ୍ବାରା ସାମୁହିକ ଶକ୍ତିର ଜନ୍ମ ହୋଇଥିଲା। ଲୋକଙ୍କ ଭିତରେ ଏକତା ଦେଖା ଦେଇଥିଲା। ଯାହାକି କରୋନା ସଂକ୍ରମଣକୁ ହ୍ରାସ କରିବା ପାଇଁ ନିହାତି ଆବଶ୍ୟକ ଥିଲା।

ଏକାଠି ଯେତେବେଳେ ଦେଶରଲୋକମାନେ ଥାଳି ବଜାଇଥିଲେ, ଦୀପ ଜଳାଇଥିଲେ ଏକତାର ଅନୁଭବ ହୋଇଥିଲା। ସେତେବେଳେ ମୋତେ ଅନୁଭବ ହେଲା କରୋନାକୁ ହରାଇବା ପାଇଁ ମୋ ସହିତ ପୂରା ଦେଶର ୧୪୦କୋଟି ଲୋକ ଅଛନ୍ତି। ସମସ୍ତେ ମିଶି ସାଥୀ ହୋଇ ସଂଘର୍ଷ କ‌ଲେ ଦିନେ ନା ଦିନେ ଆମେ ଏହି ସଂକ୍ରମଣକୁ ହରାଇବା ଦେବା ବୋଲି ମୋର ବିଶ୍ବାସ ଥିଲା। ଯାହାକି ସଫଳ ବି ହେଲା। ‌ଏଥିପାଇଁ ଦେଶର ପ୍ରତିଟି ଲୋକଙ୍କୁ ମୁଁ ଧନ୍ୟବାଦ ଜଣାଉଛି।’