ଥାଣେ: ହୃଦ୍ଘାତ ହେବା ପରେ ବାଇକ୍ ଆରୋହୀଙ୍କ ଉପରେ ଗାଡ଼ି ଚଢ଼ାଇଦେଲେ କାର୍ ଚାଳକ। ଚାଲିଗଲା ୪ଜଣଙ୍କ ଜୀବନ। ଶୁକ୍ରବାର ସନ୍ଧ୍ୟାରେ ମହାରାଷ୍ଟ୍ରର ଥାଣେ ଜିଲ୍ଲାର ଏହି ଘଟଣା ଘଟିଥିଲା। ଥାଣେର ଅମ୍ବରନାଥ ଫ୍ଲାଏଓଭର ଉପରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ବେଳେ ଏହାର ଛାତିଥରା ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଦୁର୍ଘଟଣାରେ ଅତି କମରେ ଚାରି ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ ଆହତ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ ଡ୍ରାଇଭର ଗାଡ଼ି ଚଲାଉଥିବା ସମୟରେ ହୃଦଘାତର ଶିକାର ହୋଇଥିଲେ, ଯାହା ଫଳରେ ସେ କାର୍ ଉପରୁ ନିୟନ୍ତ୍ରଣ ହରାଇ ଥିଲେ। ଦ୍ରୁତ ଗତିରେ ଥିବା କାରଟି ୩-୪ଟି ବାଇକ୍କୁ ଧକ୍କା ଦେଇ ଓଲଟି ପଡ଼ିଥିଲା।
ମିଳିଥିବା ସୂଚନା ମୁତାବକ, ଦୁର୍ଘଟଣାଟି ସନ୍ଧ୍ୟା ପ୍ରାୟ ୭.୧୫ ସମୟରେ ସହରର ପୂର୍ବ ପାର୍ଶ୍ୱକୁ ଏହାର ପଶ୍ଚିମ ପାର୍ଶ୍ୱ ସହିତ ସଂଯୋଗ କରୁଥିବା ଫ୍ଲାଏଓଭରରେ ଘଟିଥିଲା। ପୁଲିସର କହିବା ଅନୁଯାୟୀ, ଧକ୍କାର ପ୍ରଭାବ ଏତେ ତୀବ୍ର ଥିଲା ଯେ, ଦୁଇ ଚକିଆ ଯାନରେ ଯାଉଥିବା ଜଣେ ଆରୋହୀ ଛିଟିକି ପଡ଼ି ଫ୍ଲାଏଓଭର ତଳେ ପଡ଼ିଥିଲେ।
ଆହୁରି ପଢ଼ନ୍ତୁ: Target Maoist Misira Besara: ହିଡମାର ଏନକାଉଣ୍ଟର ପରେ ସରଣ୍ଡାକୁ ଘେରିଲେ ସିଆରପିଏଫ୍ ଯବାନ, ଟାର୍ଗେଟରେ ରହିଛି ମିସିର ବେସରା
ଘଟଣାସ୍ଥଳରେ ଲାଗିଥିବା ସିସିଟିଭି ଫୁଟେଜ ଏବେ ଭାଇରାଲ ହେଉଥିବା ବେଳେ ଏଥିରେ ଦୁର୍ଘଟଣା କିପରି ଘଟିଥିଲା ତାହା ସ୍ପଷ୍ଟ ଦେଖାଯାଉଛି।
Horrific accident on Ambernath's flyover bridge, Four dead, three injured after car hits some two-wheelers on a flyover in Maharashtra's Thane district.#Maharashtra#Ambernath#flyover#Horrific#accident#Thanepic.twitter.com/4zKeHaGkE2
— mishikasingh (@mishika_singh) November 21, 2025
ନିର୍ବାଚନ ପ୍ରଚାର ପାଇଁ ଯାଉଥିବା ବେଳେ ଦୁର୍ଘଟଣା
ପୁଲିସ ଆହୁରି କହିଛି ଯେ, ଘଟଣା ସମୟରେ ଶିବସେନାର ସ୍ଥାନୀୟ ନିର୍ବାଚନ ପ୍ରାର୍ଥୀ କିରଣ ଚୌବେ ତାଙ୍କ ସହଯୋଗୀ ଏବଂ ଡ୍ରାଇଭର ଲକ୍ଷ୍ମଣ ସିନ୍ଦେଙ୍କ ସହିତ ନିର୍ବାଚନ ପ୍ରଚାର ପାଇଁ ଯାତ୍ରା କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ହୃଦଘାତର ଶିକାର ହେବା ପରୋ ସିନ୍ଦେ କାର୍ ଉପରୁ ନିୟନ୍ତ୍ରଣ ହରାଇ ଅନ୍ୟ ଚାରିରୁ ପାଞ୍ଚଟି ଗାଡ଼ିକୁ ଧକ୍କା ଦେଇଥିଲେ। ସ୍ଥାନୀୟ ଲୋକମାନେ ଚୌବେଙ୍କୁ କାରରୁ ଉଦ୍ଧାର କରି ନିକଟସ୍ଥ ଏକ ହସ୍ପିଟାଲକୁ ନେଇଥିଲେ, ଯେଉଁଠାରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା କୁହାଯାଉଛି। ତେବେ ଏହି ଦୁର୍ଘଟଣାରେ ସିନ୍ଦେ ଏବଂ ୩ସ୍ଥାନୀୟ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଜଣାଯାଇଛି।
ଆହୁରି ପଢ଼ନ୍ତୁ: Accident Jujumara, Death: ରାସ୍ତା ପାର୍ଶ୍ବରେ ଛିଡ଼ା ଥିବା ହାଇୱାକୁ ପିଟିଲା ୧୦୮ ଆମ୍ବୁଲାନ୍ସ,, ଜଣେ ମୃତ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/11/22/thane-accident-2025-11-22-09-48-05.jpg)