‘ଭାରତର ଆତ୍ମାକୁ ସୁରକ୍ଷିତ କରି ରଖିଥିବାରୁ ଧନ୍ୟବାଦ ଦିଲ୍ଲୀବାସୀ’; ନିର୍ବାଚନ ଫଳାଫଳ ଉପରେ ପ୍ରତିକ୍ରିୟା ରଖି କହିଲେ ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ: ୨୦୨୦ ଦିଲ୍ଲୀ ବିଧାନସଭା ନିର୍ବାଚନର ଚୂଡ଼ାନ୍ତ ଫଳାଫଳ ଘୋଷିତ ନଥିଲେ ସୁଦ୍ଧା ଭୋଟ ଗଣତିର ଟ୍ରେଣ୍ଡ ଆଧାରରରେ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ବିପୁଳ ବିଜୟ ଆଡ଼କୁ ଅଗ୍ରସର ହେଉଥିବା ସ୍ପଷ୍ଟ ହୋଇ ଯାଇଛି। ସଦ୍ୟତମ ସୂଚନା ଅନୁଯାୟୀ ଦିଲ୍ଲୀ ବିଧାନସଭାର ୭୦ଟି ଆସନ ମଧ୍ୟରୁ ଆପ୍‌ ୫୮ଟି ଆସନରେ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାରତୀୟ ଜନତା ପାର୍ଟି (ବିଜେପି) ଠାରୁ ଯଥେଷ୍ଟ ଆଗରେ ରହିଛି।

ଦିଲ୍ଲୀ ନିର୍ବାଚନର ଏ ପ୍ରକାର ଫଳାଫଳରେ ନିଜର ସନ୍ତୋଷ ବ୍ୟକ୍ତ କରିଛନ୍ତି ନିର୍ବାଚନୀ ରାଜନୀତିର ସଫଳ ନୀତି ନିର୍ଦ୍ଧାରକ ପ୍ରଶାନ୍ତ କିଶୋର। ଏ ପ୍ରକାରର ଫଳାଫଳକୁ ନେଇ ପ୍ରଶାନ୍ତ କିଶୋର ଦିଲ୍ଲୀର ଭୋଟରମାନଙ୍କୁ ଧନ୍ୟବାଦ ଜଣାଇବା ସହ ସେମାନେ ଭାରତର ଆତ୍ମାକୁ ସୁରକ୍ଷିତ କରି ରଖିବାରେ ସମର୍ଥ ହୋଇଛନ୍ତି ବୋଲି କହିଛନ୍ତି।

ଉଲ୍ଲେଖଯୋଗ୍ୟ ପ୍ରଶାନ୍ତ କିଶୋରଙ୍କ ସଂସ୍ଥା ଇଣ୍ଡିଆନ୍‌ ପଲିଟିକାଲ ଆକସନ କମିଟି (ଆଇ- ପିଏସି) ଦିଲ୍ଲୀ ବିଧାନସଭା ନିର୍ବାଚନରେ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)କୁ ସମର୍ଥନ ଦେଉଥିଲା।

ସମ୍ବନ୍ଧିତ ଖବର