ନୂଆଦିଲ୍ଳୀ: କନ୍ନଡ ବିବାଦ ମଧ୍ୟରେ ତାଙ୍କୁ ସମର୍ଥନ କରିବା ଏବଂ ତାଙ୍କ ସହିତ ଛିଡା ହୋଇଥିବା କାରଣରୁ ଅଭିନେତା କମଲ ହାସନ ତାମିଲନାଡୁ ଏବଂ ଏହାର ଲୋକଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି।
ଜୁନ୍ ୫ ତାରିଖରେ ତାଙ୍କ ଫିଲ୍ମ ରିଲିଜ୍ ହେବାକୁ ଥିବା ବେଳେ ଅଭିନେତା କମଲ ହସନ ବୁଧବାର ଚେନ୍ନାଇରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ହସନଙ୍କ 'କନ୍ନଡ ତାମିଲରୁ ଜନ୍ମ ହୋଇଥିଲା' ମନ୍ତବ୍ୟ ପାଇଁ ସେ ଦୀର୍ଘ ଦିନ ହେବ ବିବାଦରେ ରହି ଆସିଛନ୍ତି। ଯାହା ସେ ମେ ୨୪ ତାରିଖରେ ଚେନ୍ନାଇରେ ଫିଲ୍ମର ଅଡିଓ ଲଞ୍ଚରେ କହିଥିଲେ। ତାଙ୍କର ଏପରି ବୟାନ ପରେ କର୍ଣ୍ଣାଟକରେ ବ୍ୟାପକ ପ୍ରତିକ୍ରିୟା ପ୍ରକାଶ ପାଇଥିଲା ​​ଏବଂ ଫଳସ୍ୱରୂପ ରାଜ୍ୟରେ ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା।
ଉଲ୍ଲେଖଯୋଗ୍ୟ, ଫିଲ୍ମ ସୁପରଷ୍ଟାର୍ କଲମ ହାସନଙ୍କ ରାଜନୈତିକ କ୍ୟାରିୟର ଆଉ ଫିଲ୍ମ କ୍ୟାରିୟର୍ ଭିତରେ ଆକାଶ ପାତାଳର ଫରକ ରହିଛି । ଫିଲ୍ମ ଜଗତରେ ସେ ବେତାଜ ବାଦଶାହ ଭଳି ଖ୍ୟାତି ଅର୍ଜନ କରିଥିବାବେଳେ, ପଲିଟିକାଲ୍ କ୍ୟାରିୟରରେ କିନ୍ତୁ ସେତେଟା ଖାସ୍ ଉପଲବ୍ଧି ହାସଲ କରିପାରିନାହାନ୍ତି । ହେଲେ ଏଭଳି ସମୟରେ ବି, କମଲ ହାସନଙ୍କ ବୁଡ଼ିଯାଉଥିବା ରାଜନୈତିକ କ୍ୟାରିୟରର ଡଙ୍ଗାକୁ, କୁଟା ଖିଅ ଭଳି ସାହା ହୋଇଛନ୍ତି ଡିଏମକେ ନେତା ଏମକେ ଷ୍ଟାଲିନ୍ । ଏମିତି କି କନ୍ନଡ଼ ଭାଷାକୁ ନେଇ ବିବାଦ ଭିତରେ ଫସିଥିଲେ ବି, କମଲ ହାସନଙ୍କୁ ରାଜ୍ୟସଭା ଯିବା ପାଇଁ ବାଟ ଛାଡ଼ିଦେଇଛି ଡିଏମକେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/06/04/cnpFIGx4hysGYyoLkZiS.jpg)