ଶେଷ ଯାତ୍ରାରେ ଥର ଏକ୍ସପ୍ରେସ୍ : ୮୧ ଭାରତୀୟ ଗଲେ ପାକିସ୍ତାନ

କରାଚୀ : ପାକିସ୍ତାନର ଖୋକ୍ରାପାର ଷ୍ଟେସନରୁ ପାକିସ୍ତାନର କରାଚୀ ଅଭିମୁଖେ ବାହାରିଲା ଥର ଏକ୍ସପ୍ରେସ । ଏଥିରେ ପ୍ରାୟ ୧୬୫ ଜଣ ଯାତ୍ରୀ ବସିଛନ୍ତି । ଏହି ଏକ୍ସପ୍ରେସ ବନ୍ଦ ହେବା ନେଇ ଗତକାଲି ପାକିସ୍ତାନ ସରକାର ଘୋଷଣା କରିଥିବାରୁ ଏହା ହେବ ଶେଷ ଯାତ୍ରା । ଏହି ୧୬୫ ଜଣ ଯାତ୍ରୀଙ୍କୁ ପାକ ସରକାର ସବୁଜ ସଂକେତ ଦେଇଛନ୍ତି । ଏମାନଙ୍କ ମଧ୍ୟରେ ୮୧ ଜଣ ଭାରତୀୟ ମଧ୍ୟ ଅଛନ୍ତି ।  ଭାରତର ଯୋଧପୁରରୁ ବାହାରିଥିବା ଲିଙ୍କ ଏକ୍ସପ୍ରେସ ଏହି ଯାତ୍ରୀମାନଙ୍କୁ ଜିରୋ ପଏଣ୍ଟ ନିକଟରେ ପହଞ୍ଚାଇଥିଲା । ଏହି ଟ୍ରେନ ଆଜି ସକାଳ ୧୦ଟାରେ ଜିରୋ ପଏଣ୍ଟରେ ପହଞ୍ଚିଥିଲା । ଯାତ୍ରୀମାନେ ସେଠାରେ ସୀମା ପାର କରିବାପରେ ସୀମା ସେପଟେ ଥିବା ପାକିସ୍ତାନର ଖୋକ୍ରାପାର ଷ୍ଟେସନରେ ଥିବା ଥର ଏକ୍ସପ୍ରେସରେ ଯାତ୍ରା ଆରମ୍ଭ କରିଛନ୍ତି ।

ଭାରତ ସରକାର ଜମ୍ମୁ ଓ କଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ଧାରା ୩୭୦ ଉଠାଇବା ପ୍ରତିବାଦରେ ପାକିସ୍ତାନ ପ୍ରତିଦିନ କିଛିନା କିଛି ପଦକ୍ଷେପ ନେଉଛି । ଗତକାଲି ପାକିସ୍ତାନ ପକ୍ଷରୁ ଲାହୋର-ଦିଲ୍ଲୀ ସମଝୌତା ଏକ୍ସପ୍ରେସକୁ ବନ୍ଦ କରିଦେଇଥିଲେ । ତେବେ ପାକିସ୍ତାନର ଏହି ପଦକ୍ଷେପକୁ ଏକପାଖିଆ ବୋଲି କହି ଏହାର ପୁନର୍ବିଚାର କରିବାକୁ ଭାରତର ବୈଦେଶିକ ମନ୍ତ୍ରାଳୟ ଅନୁରୋଧ କରିଛି ।

ସମ୍ବନ୍ଧିତ ଖବର