ନୂଆଦିଲ୍ଲୀ: ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରସଂଶା କରିଛନ୍ତି କଂଗ୍ରେସ ସାଂସଦ ଶଶି ଥରୁର । ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶକ୍ତି, ତାଙ୍କର ବହୁମୁଖୀ ବ୍ୟକ୍ତିତ୍ୱ ଏବଂ ଆଲୋଚନା ପାଇଁ ତତ୍ପରତା ବିଶ୍ୱ ସ୍ତରରେ ଭାରତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସମ୍ପତ୍ତି ଭାବରେ ବର୍ଣ୍ଣନା କରିଛନ୍ତି। ଶଶି ଥରୁର ଇଂରାଜୀ ଦୈନିକ 'ଦି ହିନ୍ଦୁ'ରେ ଏକ ଲେଖାରେ ଏହା କହିଛନ୍ତି। ଥରୁର ଏହାକୁ ଅଧିକ ସହଯୋଗ ଏବଂ ସମର୍ଥନ ଦେବା ବିଷୟରେ ମଧ୍ୟ କହିଥିଲେ। ତେବେ ଶଶୀଙ୍କ ଏହି ବୟାନ ପାଇଁ ପୁଣି ଥରେ କଂଗ୍ରେସ ଅକଳରେ ପଡ଼ିଯାଇଛି ।
ନିକଟରେ ଶଶି ଥରୁର ଭାରତୀୟ ସାଂସଦଙ୍କ ଏକ ପ୍ରତିନିଧିମଣ୍ଡଳ ସହିତ ଆମେରିକା ସମେତ ଅନେକ ଦେଶ ଗସ୍ତ କରିଥିଲେ। ଏଠାରେ ସେ ଅପରେସନ ସିନ୍ଦୁର ସମ୍ପର୍କରେ ବିଶ୍ୱ ସମ୍ମୁଖରେ ଭାରତର ପକ୍ଷ ଉପସ୍ଥାପନ କରିଥିଲେ। ଥରୁରଙ୍କ ଏହି ବୟାନ ଏପରି ସମୟରେ ଆସିଛି ଯେତେବେଳେ କଂଗ୍ରେସ ଲଗାତାର ମୋଦୀ ସରକାରଙ୍କ ବୈଦେଶିକ ନୀତି ଉପରେ ପ୍ରଶ୍ନ ଉଠାଇ ଆସୁଛି।
ଆପଣଙ୍କୁ କହିରଖୁଛୁ ଯେ ପହଲଗାମ ଆତଙ୍କବାଦୀ ଆକ୍ରମଣ ଏବଂ 'ଅପରେସନ ସିନ୍ଦୂର' ପରେ, ଶଶି ଥରୁର ଭାରତ ପକ୍ଷରୁ ଆମେରିକା ଓ ବିଭିନ୍ନ ଦେଶରେ ଭାରତର ପକ୍ଷ ଉପସ୍ଥାପନ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/06/23/sashi-2025-06-23-19-39-32.jpeg)