ନୂଆଦିଲ୍ଲୀ : ଭାରତ ବାୟୋଟେକ୍ ଦ୍ବାରା ପ୍ରସ୍ତୁତ କୋଭିଡ ଟିକା କୋଭାକ୍ସିନର ସମସ୍ତ ପର୍ଯ୍ୟାୟ ପରୀକ୍ଷଣ ସଂପୂର୍ଣ୍ଣ ହୋଇନାହିଁ ଏବଂ ଏହା ପୂର୍ବରୁ ଏହି ଟିକାକୁ କାହିଁକି ମଂଜୁରି ଦିଆଯାଇଛି ବୋଲି ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର ଏବଂ ଜୟରାମ ରମେଶ ପ୍ରଶ୍ନ କରିଛନ୍ତି। ସରକାରଙ୍କ ଏଭଳି ନିଷ୍ପତ୍ତି ବିପଜ୍ଜନକ ହୋଇପାରେ ବୋଲି ସେମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। ଏହାର ଜବାବରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ କହିଛନ୍ତି ଯେ ଏଭଳି ଅଭିଯୋଗ କେବଳ ବିଭ୍ରାନ୍ତି ପାଇଁ ଉଦ୍ଦିଷ୍ଟ ଏବଂ କିଛି ନେତା ଏଭଳି ବୟାନ ଦେଇ ନିଜର ଗରିମା ହରାଉଛନ୍ତି। ଅନ୍ୟପକ୍ଷରେ ଏମ୍ସ ନିର୍ଦ୍ଦେଶକ ଡ. ରଣଦୀପ ଗୁଲେରିଆ କହିଛନ୍ତି ଟିକାକରଣ ସମୟରେ ଯଦି କୌଣସି ବ୍ୟକ୍ତିଙ୍କଠାରେ ସାଂଘାତିକ ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେବ ତା’ହେଲେ ତାଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ। ଭାରତ ଚୟନ କରିଥିବା ଉଭୟ ଟିକା ସଂପୂର୍ଣ୍ଣ ସୁରକ୍ଷିତ ବୋଲି ସେ କହିଛନ୍ତି।
ଟିକାକୁ ନେଇ ପ୍ରଶ୍ନ ଉଠାଇଲେ ଥରୁର, ରମେଶ : ଚୂଡ଼ାନ୍ତ ପରୀକ୍ଷଣ ପୂର୍ବରୁ ମଂଜୁରି କାହିଁକି?
ସାଂଘାତିକ ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେଲେ କ୍ଷତିପୂରଣ ମିଳିବ: ଏମ୍ସ ନିର୍ଦ୍ଦେଶକ
/sambad/media/post_attachments/wp-content/uploads/2020/10/Covaxin-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)