ପୁରୁଣା କଂଗ୍ରେସ ପାଇଁ ଖଡ଼ଗେ, ପରିବର୍ତ୍ତନ ପାଇଁ ମୁଁ: ଥରୁର

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରେସରେ ଥିବା ଶଶି ଥରୁର କହିଛନ୍ତି ଯେ ଦଳର ବରିଷ୍ଠ ସହକର୍ମୀ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବିରୋଧରେ ତାଙ୍କର କୌଣସି ଲଢେଇ ନାହିଁ। ତେବେ ଦଳର ନେତାମାନଙ୍କୁ ଦେଇଥିବା ବାର୍ତ୍ତାରେ ମୁଁ ନିଶ୍ଚିତ ଭାବେ କହିଛି ଯେ ଯଦି ପୁରୁଣା କଂଗ୍ରେସ ଚାହୁଁଛନ୍ତି, ତେବେ ଖଡ଼ଗେଙ୍କୁ ଭୋଟ୍ ଦିଅନ୍ତୁ ଏବଂ ଯଦି ପରିବର୍ତ୍ତନ ଚାହୁଁଛନ୍ତି ତେବେ ମୁଁ ଛିଡା ହୋଇଛି। ସୂଚନା ଥାଉ କି ରାଜସ୍ଥାନ କଂଗ୍ରେସରେ ଚାଲିଥିବା ବିବାଦ ପରେ ଅଶୋକ ଗେହଲୋଟ୍ ଅଧ୍ୟକ୍ଷ ଦୌଡରୁ ବାଦ ପଡିବା ପରେ ଏବେ ଅଧ୍ୟକ୍ଷ ପାଇଁ ଶଶି ଥରୁର ଓ ଖଡ଼ଗେଙ୍କ ମଧ୍ୟରେ ପ୍ରତିଯୋଗିତା ହେବ |

ଅକ୍ଟୋବର ୧୭ରେ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଆଜି ଶଶି ଥରୁର କହିଛନ୍ତି, “ଏହା ପରସ୍ପର ବିରୋଧରେ ଯୁଦ୍ଧ ନୁହେଁ। ଆମର ଚିନ୍ତାଧାରା ଓ ଦୃଷ୍ଟିଭଙ୍ଗୀ ଭିନ୍ନ । ତେଣୁ ଆମ ଦଳର ସଦସ୍ୟମାନେ ନିଷ୍ପତ୍ତି ନିଅନ୍ତୁ। ମୁଁ ସଦସ୍ୟମାନଙ୍କୁ କେବଳ ଏତିକି କହୁଛି ଯେ ଯଦି ଦଳର ବର୍ତ୍ତମାନ କାର୍ଯ୍ୟକଳାପକୁ ନେଇ ସନ୍ତୁଷ୍ଟ ଅଛନ୍ତି ତେବେ ଦୟାକରି ଖଡ଼ଗେ ମହାଶୟଙ୍କୁ ଭୋଟ ଦିଅନ୍ତୁ | କିନ୍ତୁ ଯଦି ଆପଣ ପରିବର୍ତ୍ତନ ଚାହୁଁଛନ୍ତି ଏବଂ ଦଳ ଭିନ୍ନ ଢଙ୍ଗରେ କାର୍ଯ୍ୟ କରିବାକୁ ଚାହୁଁଛନ୍ତି, ତେବେ ମୋତେ ବାଛନ୍ତୁ |

୮୦ ବର୍ଷୀୟ ଖଡ଼ଗେଙ୍କୁ ଗାନ୍ଧୀ ପରିବାରର ସମର୍ଥନ ନେଇ ଆଲୋଚନା ମଧ୍ୟରେ ଥରୁରଙ୍କ ଏହି ମନ୍ତବ୍ୟ ଆସିଛି। ଏହାପୂର୍ବରୁ ଖଡ଼ଗେ ରାଜ୍ୟସଭାରେ ବିରୋଧୀ ଦଳର ନେତା ପଦରୁ ଇସ୍ତଫା ଦେଇଥିଲେ। ଏଭଳି ପରିସ୍ଥିତିରେ ସେ କଂଗ୍ରେସ ସଭାପତି ହେବା ପ୍ରାୟ ନିଶ୍ଚିତ ବୋଲି କୁହାଯାଉଛି |

ସମ୍ବନ୍ଧିତ ଖବର