ଚର୍ଚ୍ଚାରେ ଥରୁର୍‌-ସୁପ୍ରିୟା ଆଳାପ

ନୂଆଦିଲ୍ଲୀ: ଲୋକସଭା ଅଧିବେଶନ ବେଳେ ଶଶୀ ଥରୁର ପୁଣି ଥରେ ନେଟିଜେନ (ନେଟ୍‌ ବ୍ୟବହାରକାରୀ)ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଭାଇରାଲ ହୋଇଥିବା ଏକ ଭିଡିଓରେ ପୂର୍ବତନ ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କ ଭାଷଣ ଚାଲିଥିବା ବେଳେ କଂଗ୍ରେସ ନେତା ଶଶୀ ଥରୁର ବାରାମତୀ ଏମ୍‌ପି ସୁପ୍ରିୟା ସୁଲେଙ୍କ ସହ ଆଳାପରେ ମଜ୍ଜିଥିବା ଦେଖିବାକୁ ମିଳୁଛି। ଥରୁରଙ୍କ ମୁଚୁକୁନ୍ଦିଆ ହସ ଓ ସୁଲେଙ୍କ ଆଡ଼କୁ ଚାହିଁ ଟେବୁଲ ଉପରେ ଶୋଇବାର ଭଙ୍ଗୀ ପ୍ରତି ନେଟିଜେନ୍‌ମାନେ ନାନା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ନେଟିଜେନ୍‌ମାନେ ମଧ୍ୟ ଏହି ସଂକ୍ଷିପ୍ତ ଭିଡିଓକୁ ନେଇ ନାନା ପ୍ରକାର ମନୋରଞ୍ଜକ ମେମ୍‌ ପୋଷ୍ଟ କରିଛନ୍ତି। ଥରୁର ଏହାର ଜବାବରେ ଟ୍ବିଟ୍‌ କରି ‘ଅମର ପ୍ରେମ୍‌’ ଚଳଚ୍ଚିତ୍ରର ଏକ ଗୀତ ‘କୁଛ ତୋ ଲୋଗ୍‌ କହେଙ୍ଗେ, ଲୋଗୋଁକା କାମ୍‌ ହୈ କହନା…’ ପୋଷ୍ଟ୍‌ କରିଛନ୍ତି। ସେ ତାଙ୍କ ସଫେଇରେ କହିଛନ୍ତି ଯେ ସୁପ୍ରିୟା ସୁଲେ ଫାରୁକ୍‌ଙ୍କ ପରେ ପରବର୍ତ୍ତୀ ବକ୍ତା ଥିଲେ ଏବଂ ଏକ ପଲିସି ସଂପର୍କରେ ତାଙ୍କୁ ପଚାରୁଥିଲେ। ବିଶୃଙ୍ଖଳା ଏଡ଼ାଇବାକୁ ସେମାନେ ଅତି ଧୀର ସ୍ବରରେ କଥା ହେଉଥିଲେ ବୋଲି ଥରୁର୍‌ କହିଛନ୍ତି।

ସମ୍ବନ୍ଧିତ ଖବର