ରବିଶଙ୍କରଙ୍କ ବିରୋଧରେ ଅପରାଧିକ ମାମଲା କଲେ ଥରୁର୍‌

ନୂଆଦିଲ୍ଲୀ: କଂଗ୍ରେସ ନେତା ଶଶି ଥରୁର୍‌ କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କ ବିରୋଧରେ ଅପରାଧିକ ମାନହାନି ମାମଲା ରୁଜୁ କରିଛନ୍ତି। ରବିଶଙ୍କର ଶଶିଙ୍କୁ ପତ୍ନୀ ସୁନନ୍ଦା ପୁଷ୍କର ହତ୍ୟା ମାମଲାରେ ଜଣେ ହତ୍ୟା ଅଭିଯୁକ୍ତ କହିଥିବାରୁ ତାଙ୍କ ବିରୋଧରେ ଅପରାଧିକ ମାନହାନି ମାମଲା ରୁଜୁ ହୋଇଛି। ତେବେ ପ୍ରାରମ୍ଭରେ ରବି ଶଙ୍କରଙ୍କୁ ଏକ ଲିଗାଲ୍‌ ନୋଟିସ୍‌ ପଠାଇ ଥରୁର୍‌ ତାଙ୍କୁ କ୍ଷମା ମାଗିବାପାଇଁ କହିଥିଲେ। କିନ୍ତୁ ରବି ଶଙ୍କର କୌଣସି ପରିସ୍ଥିତିରେ କ୍ଷମା ମାଗିବେନି ବୋଲି ରୋକ୍‌ ଠୋକ୍‌ ମନା କରିଦେଇଥିଲେ। ପାଖାପାଖି ମାସେ ପରେ ଥରୁର୍‌  ରବିଶଙ୍କରଙ୍କ ବିରୋଧରେ ଅପରାଧିକ ମାନହାନି ମାମଲା ରୁଜୁ କରିଛନ୍ତି।

ସମ୍ବନ୍ଧିତ ଖବର