ଡେରାଡୁନ୍: ଶ୍ମଶାନକୁ ନେବା ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ମୃତ ଘୋଷିତ ଜଣେ ୧୦୨ ବର୍ଷୀୟା ବୃଦ୍ଧାଙ୍କ ଶରୀରର ଗତିବିଧି ସମସ୍ତଙ୍କୁ ଚକିତ କରିଥିଲା। କେହି ଏହାକୁ ବିଶ୍ବାସ କରିପାରିଲେ ନାହିଁ। କିନ୍ତୁ ଯେତେବେଳେ ବୃଦ୍ଧା ଜଣକ ଧୀରେ ଧୀରେ ଆଖି ଖୋଲିଲେ, ପରିବାରରେ ଖୁସିର ଲହରି ଖେଳିଯାଇଥିଲା। ଏହି ଅସ୍ୱାଭାବିକ ଘଟଣା ପ୍ରଚାରିତ ହେବା ପରେ ବହୁ ସଂଖ୍ୟାରେ ଲୋକେ ବୃଦ୍ଧଙ୍କୁ ଦେଖିବା ପାଇଁ ଆସିଥିଲେ। ମିଳିଥିବା ସୂଚନା ଅନୁଯାୟୀ, ରୁର୍କୀର ନରସାନ୍ ଖୁର୍ଦ ନିବାସୀ ବିନୋଦ କୁମାରଙ୍କ ମା ଜ୍ଞାନ ଦେବୀ (୧୦୨) କିଛି ଦିନ ହେଲା ଅସୁସ୍ଥ ଥିଲେ।
/sambad/media/post_attachments/wp-content/uploads/2023/02/54g654da65dgdga.jpg)
ମଙ୍ଗଳବାର ସକାଳେ ହଠାତ୍ ସେ ଚେତାଶୂନ୍ୟ ହୋଇ ପଡ଼ିଥିଲେ। ପରିବାର ଲୋକ ଡାକ୍ତରଙ୍କୁ ଡାକି ତାଙ୍କୁ ପରୀକ୍ଷା କରାଇଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରିବାର ସଦସ୍ୟ ମା’ଙ୍କ ମୃତ୍ୟୁ ସମ୍ପର୍କରେ ସମ୍ପର୍କୀୟଙ୍କୁ ସୂଚନା ଦେଇଥିଲେ। ଖୁବ୍ ଶୀଘ୍ର ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହୋଇ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ତେବେ ଶ୍ମଶାନଘାଟକୁ ଯିବାବେଳକୁ ବୃଦ୍ଧାଙ୍କ ଶରୀର ଥରୁଥିବା ଦେଖିଥିଲେ। ଏହାପରେ ସେ ଆଖି ଖୋଲିଥିଲେ। ଏହି ଦୃଶ୍ୟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏବେ ସେ ପୂର୍ବପରି ଖାଦ୍ୟ ଖାଉଛନ୍ତି ଏବଂ ସୁସ୍ଥ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/Very-Old-Women-Alive-in-Creametion-Ground_Thumbnail.jpg)