ନୂଆଦିଲ୍ଳୀ: ଭାରତୀୟ ରେଳବାଇ ତତ୍କାଳ ଟିକେଟ୍ ବୁକିଂ ପାଇଁ ଇ-ଆଧାରକୁ ବାଧ୍ୟତାମୂଳକ କରିବାକୁ ନିଷ୍ପତ୍ତି ନେଇଛି । ଏହି ନୂଆ ନିୟମ ଅନୁଯାୟୀ, ଯାତ୍ରୀମାନଙ୍କୁ ତତ୍କାଳ ଟିକେଟ୍ ବୁକ୍ କରିବା ପାଇଁ ଇ-ଆଧାର ବ୍ୟବହାର କରିବାକୁ ପଡ଼ିବ, ଯାହା ଡିଜିଟାଲ୍ ରୂପରେ ଆଧାର କାର୍ଡର ସତ୍ୟତା ଯାଞ୍ଚ କରିବ। ଏହା ଦ୍ୱାରା ଟିକେଟ୍ ବୁକିଂ ପ୍ରକ୍ରିୟାକୁ ଅଧିକ ଫଳପ୍ରଦ ଓ ସୁରକ୍ଷିତ କରାଯିବ ବୋଲି କହିଛି ରେଳ ବିଭାଗ।
ଏହି ନିୟମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ତତ୍କାଳ ଟିକେଟ୍ ବୁକିଂରେ କଳାବଜାରୀ ଓ ଦଲାଲଙ୍କ ଦ୍ୱାରା ହେଉଥିବା ଅନିୟମିତତାକୁ ରୋକିବା । ଇ-ଆଧାର ସଂଯୋଗ ମାଧ୍ୟମରେ ଯାତ୍ରୀଙ୍କ ପରିଚୟ ସହଜରେ ଯାଞ୍ଚ କରାଯାଇପାରିବ, ଫଳରେ ପ୍ରକୃତ ଯାତ୍ରୀ ସହଜରେ ଟିକେଟ୍ ପାଇପାରିବେ । ରେଳ ବିଭାଗ ଜଣାଇଛି, ଯେ ଏହି ନିୟମ ଶୀଘ୍ର ଲାଗୁ ହେବ, ତେବେ ଏହାର ସଠିକ୍ ତାରିଖ ଏ ପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ । ଯେଉଁମାନଙ୍କର ଆଧାର କାର୍ଡ ନାହିଁ, ସେମାନଙ୍କ ପାଇଁ ବିକଳ୍ପ ପରିଚୟ ପତ୍ର ବ୍ୟବହାରର ସୁବିଧା ମଧ୍ୟ ରହିବ ।
ଆଇଆରସିଟିସି ଅନୁଯାୟୀ, ଆଧାର ଯାଞ୍ଚର ପ୍ରଥମ ସୁବିଧା ହେଉଛି , ଆଧାର ବ୍ୟବହାରକାରୀମାନେ ତତ୍କାଳ ଟିକେଟ୍ ବୁକ୍ କରିବା ସମୟରେ ୧୦-ମିନିଟ୍ ପ୍ରାଥମିକତା ସମୟ ପାଇବେ, ଯାହା ଅନ୍ୟ ସମସ୍ତ ବ୍ୟବହାରକାରୀଙ୍କ ପୂର୍ବରୁ ହେବ । ଏହି ସମୟ ମଧ୍ୟରେ କୌଣସି ଏଜେଣ୍ଟଙ୍କୁ ଟିକେଟ୍ ବୁକ୍ କରିବାକୁ ଅନୁମତି ଦିଆଯିବ ନାହିଁ । ଅଣ-ଆଧାର ଆକାଉଣ୍ଟଗୁଡ଼ିକ ବୁକିଂ ପୂର୍ବରୁ ସ୍ୱତନ୍ତ୍ର ଯାଞ୍ଚ ମାଧ୍ୟମରେ ଯିବ ଏବଂ ସନ୍ଦେହଜନକ ଆକାଉଣ୍ଟଗୁଡ଼ିକ ବନ୍ଦ ହୋଇଯିବ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/06/05/SwLpiWQ7Gx1QjQRZHJPe.jpg)