ନୂଆଦିଲ୍ଲୀ : ଦିଲ୍ଲୀ ଜାହାଙ୍ଗୀରପୁରୀ ହିଂସା ମାମଲାରେ ଜଣେ ମୁଖ୍ୟ ଅଭିଯୁକ୍ତ ଅନ୍ସାରକୁ ନେଇ ଏବେ ରାଜନୈତିକ ଲଢ଼େଇ ଜୋରଦାର ହୋଇଛି। ଅନ୍ସାର ସହ ଉଭୟ ବିଜେପି ଏବଂ ଆପ୍ର ସମ୍ପୃକ୍ତି ଥିବା ନେଇ ପରସ୍ପର ଦୋଷ ଲଦୁଛନ୍ତି। ଅନ୍ସାର ସହ ଦିଲ୍ଲୀ ଶାସକ ଦଳର ସମ୍ପୃକ୍ତି ରହିଛି ବୋଲି ବିଜେପିର ମନୋଜ ତିୱାରୀ ଗତକାଲି କହିବାପରେ ଆପ୍ର ଅତିଶୀ ଆଜି ଏକ ଟ୍ବିଟ୍ କରି କହିଛନ୍ତି, ଅନ୍ସାର ଜଣେ ବିଜେପି ନେତା। ଅନ୍ୟପକ୍ଷେ ଆପ୍ ଅନ୍ସାର ସହ ବିଜେପି ନେତାଙ୍କର କିଛି ଫଟୋ ଜାରି କରିଛି। ଅତିଶୀ କହିଛନ୍ତି, ଜାହାଙ୍ଗିରପୁରୀ ଦଙ୍ଗାରେ ମୁଖ୍ୟ ଅଭିଯୁକ୍ତ ଅନ୍ସାର ଜଣେ ବିଜେପି ନେତା। ବିଜେପି ପ୍ରାର୍ଥୀ ସଙ୍ଗୀତା ବଜାଜ ନିର୍ବାଚନ ଲଢ଼ିବା ଏବଂ ବିଜେପିରେ ସକ୍ରିୟ ଭୂମିକା ନିର୍ବାହ କରିବା ପଛରେ ତାଙ୍କର ବଳିଷ୍ଠ ଭୂମିକା ରହିଛି। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ବିଜେପି ଦଙ୍ଗା କରିଛି। ବିଜେପି ଦିଲ୍ଲୀ ବାସିନ୍ଦାଙ୍କୁ କ୍ଷମା ମାଗିବା ଉଚିତ୍ । ବିଜେପି ଗୁଣ୍ଡାମାନଙ୍କର ଦଳ ବୋଲି ଅତିଶୀ ଏକ ଟ୍ବିଟ୍ କରି କହିଛନ୍ତି।
ଦିଲ୍ଲୀ ହିଂସାର ମୁଖ୍ୟ ଅଭିଯୁକ୍ତକୁ ନେଇ ରାଜନୀତି ଜୋରଦାର: ପରସ୍ପର ଉପରେ ଦୋଷ ଲଦୁଛନ୍ତି ଆପ୍, ବିଜେପି
/sambad/media/post_attachments/wp-content/uploads/2022/04/app-bjp.jpg)