ଦୁଷ୍କର୍ମ-ହତ୍ୟା ଅଭିଯୁକ୍ତକୁ ପିଟିପିଟି ହତ୍ୟା

ନୂଆଦିଲ୍ଲୀ : ଆସାମର ଲଖିମପୁର ଜିଲ୍ଲାରେ ଜଣେ ଦୁଷ୍କର୍ମ ଏବଂ ହତ୍ୟା ଅଭିଯୁକ୍ତକୁ ପିଟିପିଟି ହତ୍ୟା କରାଯାଇଛି। ହତ୍ୟା ଅଭିଯୁକ୍ତ ରାଜୁ ବରୁଆ ଓରଫ ଗେରଜାଇ ଗତ ମଙ୍ଗଳବାର ଦିନ ପୁଲିସ ହାଜତରୁ ଖସି ଯାଇଥି‌ଲା। ଘିଲାମଡ଼ା ଥାନା ଅଧୀନସ୍ଥ ଏକ ଗ୍ରାମରେ ଥିବା ଝରଣା ନିକଟରେ ସେ ଲୁଚିଥିବା ବେଳେ ଗ୍ରାମବାସୀମାନେ ତାକୁ ଧରି ନେଇଥିଲେ। ଗ୍ରାମବାସୀମାନେ ତାକୁ ନିସ୍ତୁକ ପିଟିଥିଲେ। ଖବର ପାଇ ପୁଲିସ ଘଟଣା‌ସ୍ଥଳରେ ପହଞ୍ଚିଥିଲା ଏବଂ ଅଭିଯୁକ୍ତକୁ ନିକଟସ୍ଥ ହସ୍ପିଟାଲ୍‌ ନେଇଥିଲା। କିନ୍ତୁ ସେଠାରେ ତା’ର ମୃତ୍ୟୁ ହୋଇ ଯାଇଛି ବୋଲି ଲଖିମପୁର ଏସ୍‌ପି ବିଏମ ରାଜଖୋୱା କହିଛନ୍ତି। ଅଭିଯୁକ୍ତ ବିରୋଧରେ ୧୨ରୁ ଅଧିକ ଡକାୟତି, ଦୁଷ୍କର୍ମ ଏବଂ ହତ୍ୟା ମାମଲା ରହିଛି।

ସମ୍ବନ୍ଧିତ ଖବର