ଗୁରୁଗ୍ରାମ: ଗୁରୁଗ୍ରାମର ଜିଲ୍ଲା ଓ ଦୌରା ଜଜ୍ ଜଣେ ଲୋକକୁ ନିଜ ମାଆକୁ ବଳାତ୍କାର କରିବା ଓ ତାଙ୍କୁ ଆତ୍ମହତ୍ୟା ପାଇଁ ବାଧ୍ୟ କରିବା ଅପରାଧରେ ଦୋଷୀ ସାବ୍ୟସ୍ତ କରି ଆଜୀବନ ସଶ୍ରମ କରାଦଣ୍ଡାଦେଶ ଦେଇଛନ୍ତି। କୋର୍ଟ କହିଲେ ଯେ, ପୁଅ ହିସାବରେ ନିଜ ମାଆକୁ ସୁରକ୍ଷା ଦେବା କଥା। କିନ୍ତୁ ସେ ତାଙ୍କୁ ପଶୁ ପରି ନିର୍ଯାତନା ଦେଇଛି। ଆଉ କୌଣସି ଉପାୟ ନ ପାଇ ମହିଳା ଜଣକ ଆତ୍ମହତ୍ୟା କରିଛନ୍ତି। ହରିୟାଣାର ପଟାଉଲି ଅଞ୍ଚଳରେ ୨୦୨୦ ନଭେମ୍ବର ୧୬ ତାରିଖରେ ମହିଳା ଜଣକ ନିଜ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ଏହାପରେ ମହିଳାଙ୍କ ସ୍ବାମୀ ଥାନାରେ ନିଜର ନିଶାସକ୍ତ ବଡ଼ପୁଅ ବିରୋଧରେ ଅଭିଯୋଗ ଦାଏର କରିଥିଲେ। ୨୦ ବର୍ଷ ତଳେ ମହିଳାଙ୍କ ପ୍ରଥମ ସ୍ବାମୀଙ୍କ ମୃତ୍ୟୁ ପରେ ସେ ତାଙ୍କ ଦିଅରକୁ ପୁନର୍ବିବାହ କରିଥିଲେ। ପୋଷ୍ଟମର୍ଟମରୁ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଜଣାପଡ଼ିଥିଲା। ଏହାପରେ ନଭେମ୍ବର ୨୧, ୨୦୨୦ରେ ଅଭିଯୁକ୍ତ ପୁଅକୁ ଗିରଫ କରାଯାଇଥିଲା। ୧୮ ଜଣଙ୍କ ସାକ୍ଷ୍ୟପ୍ରମାଣକୁ ଭିତ୍ତିକରି କୋର୍ଟ ତାକୁ ଦେଷୀ ସାବ୍ୟସ୍ତ କରିଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp