ବର୍ଣ୍ଣବୈଷମ୍ୟକୁ ଆଖି ବୁଜି ଦେଇନାହୁଁ: ଜୟଶଙ୍କର

ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ମାମଲାରେ ଠିକଣା ଜବାବ ଦିଆଯିବ

ନୂଆଦିଲ୍ଲୀ: ଭାରତ କେବେ ବର୍ଣ୍ଣବୈଷମ୍ୟକୁ ଆଖିବୁଜି ଦେଇନାହିଁ ଏବଂ ବର୍ଣ୍ଣବୈଷମ୍ୟ ସମେତ ଅନ୍ୟାନ୍ୟ ଅସହିଷ୍ଣୁତା ବିରୋଧରେ ଲଢ଼େଇ ଜାରି ରହିବ ବୋଲି ଆଜି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ସଂସଦକୁ ଜଣାଇଛନ୍ତି। ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ଛାତ୍ରସଂଘର ସଭାନେତ୍ରୀ ଭାରତୀୟ ଛାତ୍ରୀ ରଶ୍ମି ସାମନ୍ତ ସାମାଜିକ ଗଣମାଧ୍ୟମରେ କିଛି ବିବାଦୀୟ ବର୍ଣ୍ଣବୈଷମ୍ୟ ଆକ୍ଷେପର ଶିକାର ହୋଇ ଗତମାସରେ ଇସ୍ତଫା ଦେବା ପରିପ୍ରେକ୍ଷୀରେ ବିଜେପି ସାଂସଦ ଅଶ୍ବିନୀ ବୈଷ୍ଣବଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀ ଜୟଶଙ୍କର ଏଭଳି ଟିପ୍ପଣୀ କରିଛନ୍ତି। ମହାତ୍ମା ଗାନ୍ଧୀଙ୍କ ଦେଶ ଭାବରେ ଆମେ କେବେ ବି ବର୍ଣ୍ଣବୈଷମ୍ୟକୁ ଆଖିବୁଜିପାରିବୁ ନାହିଁ। ବିଶେଷ କରି ଯେଉଁଠି ଆମର ସଂଖ୍ୟାଧିକ ପ୍ରବାସୀ ଅଛନ୍ତି ସେ କ୍ଷେତ୍ରରେ ଆମେ ଏ ପ୍ରସଙ୍ଗରେ ନିରବ ରହିପାରିବୁ ନାହିଁ। ୟୁକେ ସହ ଆମର ଉତ୍ତମ ବନ୍ଧୁତା ରହିଛି। ତେଣୁ ଠିକଣା ସମୟରେ ରଶ୍ମି ସାମନ୍ତଙ୍କ ପ୍ରସଙ୍ଗରେ ଉଚିତ ଜବାବ ଦିଆଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର