ଆଫଗାନିସ୍ତାନରୁ ଆମେରିକୀୟ ସୈନ୍ୟ ଅପସାରଣ ଭାରତ ପାଇଁ ସତର୍କ ଘଣ୍ଟି : ବିଶେଷଜ୍ଞ

ନୂଆଦିଲ୍ଲୀ : ଆଫଗାନିସ୍ତାନରୁ ଆମେରିକା ଓ ନ୍ୟାଟୋ ସେନା ପ୍ରତ୍ୟାହାର ପରେ ତାଲିବାନ ପୁଣି ଥରେ ଶକ୍ତିଶାଳୀ ହେବାକୁ ଯାଉଛି । ଏହା ଭାରତ ପାଇଁ ସତର୍କଘଣ୍ଟି ବୋଲି ବିଶେଷଜ୍ଞମାନେ କହୁଛନ୍ତି । କେବଳ ଭାରତ ନୁହେଁ, ସମଗ୍ର ବିଶ୍ୱ ପାଇଁ ଏହା ବିପଦ ଆଣିପାରେ ବୋଲି ଅନୁମାନ କରାଯାଉଛି । କାରଣ ତାଲିବାନ ଶକ୍ତିଶାଳୀ ହେବା ପରେ ପରୋକ୍ଷରେ ପାକିସ୍ତାନର ଆଇଏସଆଇ ଶକ୍ତିଶାଳୀ ହେବ । ଏହାଫଳରେ ଭାରତରେ ଆତଙ୍କବାଦୀ ଆକ୍ରମଣ ବଢିପାରେ ।

ଏହାର ପ୍ରମାଣସ୍ୱରୂପ ତାଲିବାନ ସୋମବାର ଦିନ ଏକ ଫୁଟବଲ ମ୍ୟାଚ ଚାଲିଥିବାବେଳେ ୩ ଜଣଙ୍କୁ ହତ୍ୟା କରିଛି । ଆଗାମୀ ଦିନରେ ଆଫଗାନିସ୍ତାନ ସୈନମାନଙ୍କ ଉପରେ ଆକ୍ରମଣ ଜାରି ରହିବ ବୋଲି ତାଲିବାନ କହିଛି ।

ଆମେରିକା ତାଲିବାନ ପରି ଏକ ଆତଙ୍କବାଦୀ ଏବଂ କଠୋରପନ୍ଥୀ ସଂଗଠନ ସହ ଚୁକ୍ତି କରି ସୈନ୍ୟ ପ୍ରତ୍ୟାହାର କରିବାକୁ ଇସ୍ଲାମୀୟ ସଂଗଠନ ଗୁଡ଼ିକ ନିଜର ବିଜୟ ବୋଲି ଭାବୁଛନ୍ତି । ଏହା ଦ୍ୱାରା ସେମାନେ ଆତଙ୍କବାଦୀ ଆକ୍ରମଣ କରିବାକୁ ଉତ୍ସାହିତ ହେବେ ବୋଲି କୁହାଯାଉଛି । ସ୍ୱାଭାବିକ ଭାବେ ଭାରତ ସେମାନଙ୍କ ପାଇଁ ପ୍ରମୁଖ ଟାର୍ଗେଟ ମଧ୍ୟରେ ରହିବ । ଏଣୁ ଆଗାମୀ ଦିନରେ ଭାରତର ସୁରକ୍ଷାକୁ ଅଧିକ କଡ଼ାକଡ଼ି କରିବାକୁ ହେବ ବୋଲି କହିଛନ୍ତି କୂଟନୈତିକ ଓ ସାମରିକ ବିଶେଷଜ୍ଞ ବ୍ରହ୍ମ ଚେଲାନି ।

ସମ୍ବନ୍ଧିତ ଖବର