ଭାରତ ନିଜ ଲୋକଙ୍କ ସହିତ ଦୃଢ଼ ଭାବେ ରହିଛି

ଆଫ୍‌ଗାନ ସଙ୍କଟ ବହୁତ ବଡ଼ ଚ୍ୟାଲେଂଜ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ‌ମୋଦୀ ଆଜି ପଂଜାବର ଜାଲିଆନାୱାଲାବାଗ୍‌ ସ୍ମାରକୀର ନବୀକରଣ ପ୍ରକଳ୍ପକୁ ଭିଡିଓ କନଫ‌ରେନ୍ସ ମାଧ୍ୟମରେ ଉଦ୍‌ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଆଜି ଆଫଗାନ ସ୍ଥିତି ସଂକ୍ରାନ୍ତରେ କହିଛନ୍ତି ଯେ ବିଭିନ୍ନ ଚ୍ୟା‌ଲେଂଜ ସତ୍ତ୍ବେ ଭାରତ ଯୁଦ୍ଧପ୍ରବଣ ଆଫଗାନିସ୍ତାନରୁ ନିଜ ନାଗରିକଙ୍କୁ ଖାଲି କରୁଛି ଏବଂ ଆଗକୁ ମଧ୍ୟ ଏହା ଜାରି ରଖିବ। ଯେ କୌଣସି ଦେଶରେ ବି କୌଣସି ଭାରତୀୟ ସଙ୍କଟରେ ରହିଲେ ଭାରତ ତତ୍ପରତାର ସହ ସହାୟତାର ହାତ ବଢ଼ାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଅପରେସନ ‘ଦେବୀ ଶକ୍ତି’ ଦ୍ବାରା ଅନେକ ଲୋକ ଆଫଗାନିସ୍ତାନରୁ ଫେରିଛନ୍ତି। ଏବେ ବି ବହୁତ ବଡ଼ ଚ୍ୟାଲେଂଜ ରହିଛି ଏବଂ ଆଫ୍‌ଗାନ ସ୍ଥିତି ଅତ୍ୟନ୍ତ ଜଟିଳ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ମୋଦୀ ଆଜି ନବୀକରଣ ଜାଲିଆନାୱାଲା ବାଗ୍‌ ସ୍ମାରକ ଉଦ୍‌ଘାଟନ ସମୟରେ କହିଥିଲେ, କୌଣସି ରାଷ୍ଟ୍ର ନିଜ ଇତିହାସକୁ ଭୁଲି ପାରିବ ନାହିଁ ଏବଂ ଆମର ଗୌରବପୂର୍ଣ୍ଣ ଇତିହାସ ଯୁବପିଢ଼ିଙ୍କୁ ପ୍ରେରଣା ଦେଉଛି।

ସମ୍ବନ୍ଧିତ ଖବର