ମୁମ୍ବାଇ ଏଟିଏସ୍‌ର ପ୍ରତିଷ୍ଠାତା ଅଫତାବ ଅହମଦ ଖାନ୍‌ଙ୍କର ପରଲୋକ

ମୁମ୍ବାଇ: ମୁମ୍ବାଇ ପୁଲିସରେ ତିନି ଦଶନ୍ଧି ତଳେ ଆତଙ୍କବାଦ-ନିରୋଧୀ ସ୍କ୍ବାଡ୍ (ଏଟିଏସ୍) ପ୍ରତିଷ୍ଠା କରିଥିବା ଅବସରପ୍ରାପ୍ତ ଆଇପିଏସ୍ ଅଫିସର ଅଫତାବ ଅହମଦ ଖାନ୍‌ଙ୍କର ଶୁକ୍ରବାର ୮୧ ବର୍ଷ ବୟସରେ ପରଲୋକ ଘଟିଛି।

ସୂଚନାଯୋଗ୍ୟ. ମୁମ୍ବାଇରେ ଅନେକ ଗ୍ୟାଙ୍ଗଷ୍ଟର ଓ ଆତଙ୍କବାଦୀ ବିରୋଧୀ ଲଢ଼େଇରେ ସାମିଲ ଥିବା ସ୍ବର୍ଗତ ଖାନ୍‌ଙ୍କର ଦୁଇ ପୁଅ ଓ ଗୋଟିଏ ଝିଅ ଅଛନ୍ତି। କିଛିଦିନ ତଳେ ସେ କୋଭିଡ୍-୧୯ରେ ସଂକ୍ରମିତ ହୋଇଥିଲେ। ଅନ୍ଧେରୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ। କିନ୍ତୁ ଶୁକ୍ରବାର ଅପରାହ୍ଣରେ ପୁଣି ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା ଏବଂ ଡାକ୍ତର ତାଙ୍କର ମୃତ୍ୟୁ ଘୋଷଣା କରିଥିଲେ। ୧୯୬୩-ବ୍ୟାଚ୍ ଆଇପିଏସ୍ ଅଫିସର ଖାନ୍ ୧୯୯୫ରେ ପୁଲିସ ଆଇଜି ଥିବା ବେଳେ ମହାରାଷ୍ଟ୍ର ପୁଲିସରୁ ଇସ୍ତଫା ଦେଇଥିଲେ। ତାଙ୍କଦ୍ବାରା ୧୯୯୦ରେ ମୁମ୍ବାଇରେ ଏଟିଏସ୍ ଗଠନ କରାଯାଇଥିଲା।

ସମ୍ବନ୍ଧିତ ଖବର