ନୂଆଦିଲ୍ଲୀ: ବରିଷ୍ଠ ସାମ୍ବାଦିକ ତଥା ଇଣ୍ଡିଆନ୍ ଏକ୍ସପ୍ରେସ୍ର ନ୍ୟାସନାଲ ବ୍ୟୁରୋ ଚିଫ୍ ରବୀଶ ତିୱାରିଙ୍କର ୪୦ ବର୍ଷ ବୟସରେ ଶନିବାର ସକାଳେ ପରଲୋକ ହୋଇଯାଇଛି। ସେ ୨୦୨୦ ଜୁନରୁ କର୍କଟ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ। ତିୱାରି ଇଣ୍ଡିଆନ୍ ଏକ୍ସପ୍ରେସ୍ର ବରିଷ୍ଠ ସାମ୍ବାଦିକମାନଙ୍କର ଏକ ଟିମ୍ର ନେତୃତ୍ବ ନେଉଥିଲେ, ଯେଉଁମାନେ କେନ୍ଦ୍ର ସରକାର, ରାଜ୍ୟ ଓ କେନ୍ଦ୍ର ନିର୍ବାଚନ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଗୁରୁତ୍ବପୂର୍ଣ୍ଣ ରଣନୀତିକ ପ୍ରସଙ୍ଗ, କୂଟନୀତି ଓ ଭିତ୍ତିଭୂମି ଆଦି ସମ୍ପର୍କିତ ଖବର ପରିବେଷଣ କରୁଥିଲେ। ରବୀଶ ତିୱାରିଙ୍କ ଅକାଳ ବିୟୋଗରେ ଏକ୍ସପ୍ରେସ୍ ଗ୍ରୁପ୍ର ଅଧ୍ୟକ୍ଷ ବିବେକ ଗୋଏଙ୍କା ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ବିଟ୍ କରି ଲେଖିଛନ୍ତି, ସାମ୍ବାଦିକତା ରବୀଶ ତିୱାରିଙ୍କ ପ୍ୟାସନ ଥିଲା। ତାଙ୍କର ଅକାଳ ବିୟୋଗ ଅତ୍ୟନ୍ତ ଦୁଃଖଦାୟକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଟ୍ବିଟ୍ କରି କହିଛନ୍ତି, ଭାଗ୍ୟ ରବୀଶ ତିୱାରିଙ୍କୁ ବହୁତ ଜଲଦି ଆମ ପାଖରୁ ଛଡ଼ାଇନେଲା। ମିଡ଼ିଆ ଜଗତର ଜଣେ ଚମତ୍କାରୀ ପ୍ରତିଭାଙ୍କୁ ଆମେ ହରାଇଲୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଏବଂ ତାଙ୍କ ପରିବାର ଓ ସମ୍ପର୍କୀୟଙ୍କୁ ଗଭୀର ସମବେଦନା ଜଣାଇଛନ୍ତି।
ବରିଷ୍ଠ ସାମ୍ବାଦିକ ରବୀଶ ତିୱାରିଙ୍କ ପରଲୋକ
/sambad/media/post_attachments/wp-content/uploads/2022/02/6d54g654g65g.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)