ନୂଆଦିଲ୍ଲୀ : ଦ୍ବିତୀୟ ଲହର ସଂକ୍ରମଣ ସହ ଲଢ଼ିବା ପାଇଁ ଏବଂ ଦ୍ବିତୀୟ ଲହରର ମୁକାବିଲା ପାଇଁ ଏମ୍ସ ମୁଖ୍ୟ ଡାକ୍ତର ରଣଦୀପ ଗୁଲେରିଆ ୩ଟି ପ୍ରମୁଖ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି। ଏହି ୩ଟି ପଦକ୍ଷେପ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଏବଂ ଏଗୁଡ଼ିକ ହେଉଛି ଅବରୋଧ ଅଞ୍ଚଳ ସୃଷ୍ଟି କରିବା, ଯଥା ସମ୍ଭବ ଭିଡ଼ କମାଇବା ଏବଂ ଟିକାକରଣ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା। ଗୁଲେରିଆ କହିଛନ୍ତି, ପୂର୍ବାପେକ୍ଷା ଆମକୁ ଅଧିକ ସଚେତନ ହେବାକୁ ପଡ଼ିବ। ଆମକୁ ୩-୪ଟି କାମ କରିବାକୁ ପଡ଼ିବ। ଆମକୁ ସଂକ୍ରମଣ ରୋକିବାକୁ ପଡ଼ିବ।
ଏଥିପାଇଁ ସର୍ବାଧିକ ପ୍ରଭାବିତ ଅଞ୍ଚଳମାନଙ୍କରେ ‘୩ଟି’ ତଥା ଟେଷ୍ଟିଂ, ଟ୍ରାକିଂ ଏବଂ ଟ୍ରିଟ୍ମେଣ୍ଟ୍ ସହ ଅବରୋଧ ଅଞ୍ଚଳ ସୃଷ୍ଟି କରିବାକୁ ପଡ଼ିବ। ଦ୍ବିତୀୟରେ ଆମକୁ ଭିଡ଼ କମାଇବାକୁ ପଡ଼ିବ ଏବଂ ତୃତୀୟରେ ଟିକାକରଣ ପ୍ରକ୍ରିୟାକୁ ଆହୁରି ତ୍ବରାନ୍ବିତ କରିବାକୁ ହେବ। ପୂର୍ବରୁ ଯେମିତି ଦେଶକୁ ରେଡ୍, ଗ୍ରିନ୍ , ଅରେଂଜ ଜୋନ୍ରେ ବିଭକ୍ତ କରାଯାଇଥିଲା। ଏବେ ତାହାର ପୁନରାବୃତ୍ତି ହେବା ଉଚିତ୍ । ଗୁଲେରିଆ କହିଛନ୍ତି, ଯଦି ଆମେ ୧୦୦ ବର୍ଷ ପଛକୁ ଫେରିଯିବା ତେବେ ଜାଣିପାରିବା ଯେ, ଦ୍ବିତୀୟ ଲହର ଅଧିକ ଭୟଙ୍କର। କିନ୍ତୁ ଏହା ସତ୍ତ୍ବେ ଲୋକମାନେ ଏବେ ବିନା ଭୟରେ ବାହାରକୁ ଯାଉଛନ୍ତି ଏବଂ ସଂକ୍ରମଣ ବଢ଼ୁଛି।
ନୂଆଦିଲ୍ଲୀ: ଦ୍ବିତୀୟ ଲହରରେ ଯୁବବର୍ଗ ଅଧିକ ସଂକ୍ରମିତ ହୋଇଛନ୍ତି। ବୟସ୍କଙ୍କ ତୁଳନାରେ ଯୁବଗୋଷ୍ଠୀ ଅଧିକ ସଂକ୍ରମିତ ହେଉଛନ୍ତି ଏବଂ ସେମାନଙ୍କଠାରେ ଲକ୍ଷଣ ସମ୍ପୂର୍ଣ୍ଣ ଭିନ୍ନ ଦେଖାଯାଉଛି। ଦିଲ୍ଲୀର ଜଣେ ବିଶେଷଜ୍ଞ ଏହା କହିଛନ୍ତି। ଦେଶରେ ୬୫ ପ୍ରତିଶତ ଲୋକଙ୍କ ବୟସ ୩୫ ବର୍ଷରୁ କମ୍ ହୋଇଥିବାରୁ ଦ୍ବିତୀୟ ଲହରରେ ଯୁବବର୍ଗ ଅଧିକ ସଂକ୍ରମିତ ହେବା ଚିନ୍ତା ବଢ଼ାଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ମଧ୍ୟ ନିକଟରେ କହିଥିଲେ ଯେ, ୬୫ ପ୍ରତିଶତ ନୂଆ ରୋଗୀଙ୍କ ବୟସ ୪୫ରୁ କମ୍। ଡାକ୍ତର ଗୌରୀ ଅଗ୍ରୱାଲ୍ କହିଛନ୍ତି,ଚଳିତ ଲହରରେ ଲକ୍ଷଣ ଭିନ୍ନ ରହୁଛି। ଅଧିକାଂଶ ରୋଗୀଙ୍କ ପାଟି ଶୁଖିଯାଉଛି। ଗ୍ୟାଷ୍ଟ୍ରିକ୍ ସମସ୍ୟା ଦେଖାଦେଉଛି, ଆଖି ଲାଲ୍ ପଡ଼ୁଛି ଏବଂ ମୁଣ୍ଡ ବିନ୍ଧା ହେଉଛି। ସମସ୍ତଙ୍କୁ ଜ୍ବର ହେଉନାହିଁ। ତେଣୁ କରୋନା ହୋଇଛି କି ନା’ ଜାଣିବାରେ ବିଳମ୍ବ ହୋଇଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/corona-vb.jpg)