ରୁଷ୍‌ ଟିକାକୁ ନେଇ ଚିନ୍ତା ପ୍ରକଟ କଲେ ଏମ୍ସ ନିର୍ଦ୍ଦେଶକ

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ସମଗ୍ର ବିଶ୍ବ ଟିକା ଅପେକ୍ଷାରେ ଥିବାବେଳେ ରୁଷ୍‌ ପ୍ରଥମ ରାଷ୍ଟ୍ରଭାବେ କୋଭିଡ୍‌ ଟିକାର ବ୍ୟବହାରିକ ପଂଜୀକରଣ ଆରମ୍ଭ କରିଛି। ଗତକାଲି ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଏନେଇ ଘୋଷଣା କରିଥିଲେ। କରୋନା ମହାମାରୀ ପାଇଁ ରୁଷ୍‌ ଆରମ୍ଭ କରିଥିବା ଏହି ଟିକା ‘ସ୍ପୁଟନିକ ଭି’ କୁ ନେଇ ବିଶ୍ବବ୍ୟାପୀ ବିଶେଷଜ୍ଞମାନଙ୍କ ସନ୍ଦେହ ବଢ଼ିଛି। ମାତ୍ର ୨ ମାସରୁ କମ୍‌ ସମୟ ମଧ୍ୟରେ ଟିକାର ମାନବୀୟ ପରୀକ୍ଷଣ ପରେ ଏହି ଟିକାର ବ୍ୟବହାରିକ ପଂଜୀକରଣ କରାଯାଇଛି। ତେଣୁ ଏହାକୁ ନେଇ ବିଶେଷଜ୍ଞ ମାନଙ୍କ ସନ୍ଦେହ ବଢ଼ିଛି। ଏଭଳି ସ୍ଥିତିରେ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ମଧ୍ୟ ରୁଷ୍‌ ଟିକାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ରୁଷ୍‌ ଟିକାର ସୁରକ୍ଷା ଏବଂ ପ୍ରଭାବକୁ ଭଲଭାବେ ଯାଞ୍ଚ କରିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ଗୁଲେରିଆ କହିଛନ୍ତି। ସେହିପରି ଭାରତର ବିପୁଳ ପରିମାଣରେ ଟିକା ଉତ୍ପାଦନ କରିବା କ୍ଷମତା ରହିଛି ବୋଲି ଗୁଲେରିଆ କହିଛନ୍ତି। ରୁଷ୍‌ ଟିକା ସଫଳ କାମ କରୁଛି କି ନା’ ତାହା ସୁରକ୍ଷିତ କି ନା’ ତାହା ଭଲଭାବେ ଦେଖିବରକୁ ପଡ଼ିବ। ଯଦି ଏହା ସୁରକ୍ଷା ଦେବା ସହ ରୋଗ ପ୍ରତିରୋଧକତା ବଢ଼ାଉଥିବ ତେବେ ଏହା ଭଲ। ଟିକାର କୌଣସି ପାର୍ଶ୍ବ ପ୍ରତିକ୍ରିୟା ନ ରହିବା ଉଚିତ୍‌ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର