ନୂଆଦିଲ୍ଲୀ: ଜମିୟତ ଉଲେମା-ଏ-ହିନ୍ଦ ପରେ ଦେଶର ବିଭିନ୍ନ ସ୍ଥାନରେ ମସଜିଦ ଓ ଦରଘାରେ ଦାବିକୁ ନେଇ ଚାଲିଥିବା ଆଇନଗତ ଲଢ଼େଇ କୁ ନେଇ ଅଲ୍ ଇଣ୍ଡିଆ ମୁସଲିମ ପର୍ସନାଲ ଲ' ବୋର୍ଡ (ଏଆଇଏମପିଏଲବି) ମଧ୍ୟ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଲୋଡ଼ିଛି। ନିମ୍ନ ଅଦାଲତମାନେ ଏଭଳି ଦାବିର ଶୁଣାଣିରୁ ରୋକିବା ପାଇଁ ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କୁ ସ୍ୱତଃ ପଦକ୍ଷେପ ନେବାକୁ ବୋର୍ଡ ଏକ ବିବୃତି ଜାରି କରିଛି।

Advertisment

ସଂସଦ ଦ୍ୱାରା ପାରିତ ପ୍ଲେସେସ ଅଫ୍ ଓ୍ବରସିପ୍ ଆଇନ (ଉପାସନା ସ୍ଥଳୀ (ସ୍ବତନ୍ତ୍ର ବ୍ୟବସ୍ଥା) ଅଧିନିୟମ ୧୯୯୧)କୁ ପ୍ରଭାବଶାଳୀ ଭାବେ କାର୍ଯ୍ୟକାରୀ କରିବା କେନ୍ଦ୍ର ଓ ରାଜ୍ୟଗୁଡ଼ିକର ଦାୟିତ୍ୱ ବୋଲି ବୋର୍ଡ କହିଛି। ଏପରି କରିବାରେ ବିଫଳ ହେଲେ ସାରା ଦେଶରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇପାରେ, ଯେଉଁଥିପାଇଁ ସୁପ୍ରିମ୍ କୋର୍ଟ ଓ କେନ୍ଦ୍ର ସରକାର ଦାୟୀ ରହିବେ ବୋଲି ବୋର୍ଡ ଚେତାବନୀ ଶୁଣାଇଛି । 

ଏଆଇଏମପିଏଲବିର ମୁଖପାତ୍ର ସୟଦ କାସିମ ଇଲିୟାସ୍ କହିଛନ୍ତି ଯେ ଦେଶର ବିଭିନ୍ନ କୋର୍ଟରେ ବିଭିନ୍ନ ମସଜିଦ ଓ ଦରଘା ଉପରେ ଦାବି କରାଯିବା ଚିନ୍ତାର ବିଷୟ । ଏସବୁ ଦାବି ସମ୍ବିଧାନ ଓ ଆଇନର ଖୋଲା ଉଲ୍ଲଘନ ।

ଏଆଇଏମପିଏଲବିର ମୁଖପାତ୍ର ସୟଦ କାସିମ ଇଲିୟାସ୍ କହିଛନ୍ତି ଯେ ଦେଶର ବିଭିନ୍ନ କୋର୍ଟରେ ବିଭିନ୍ନ ମସଜିଦ ଓ ଦରଘା ଉପରେ ଦାବି କରାଯିବା ଚିନ୍ତାର ବିଷୟ । ଏସବୁ ଦାବି ସମ୍ବିଧାନ ଓ ଆଇନର ଖୋଲା ଉଲ୍ଲଘନ ।

ସୂଚନାଯୋଗ୍ୟ ଯେ, ଉପାସନା ସ୍ଥଳୀ (ସ୍ବତନ୍ତ୍ର ବ୍ୟବସ୍ଥା) ଅଧିନିୟମ ୧୯୯୧ ଅନୁସାରେ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଯେକୌଣସି ପୂଜାସ୍ଥଳୀର ଧାର୍ମିକ ଚରିତ୍ର ଯେମିତି ରହିଥିଲା, ସେହିଭଳି ରହିବ । କୌଣସି ଉପାସନା ସ୍ଥଳକୁ ଗୋଟିଏ ଧର୍ମରୁ ଅନ୍ୟ ଧର୍ମକୁ କିମ୍ବା ସେହି ଧର୍ମର ଅନ୍ୟ ସମ୍ପ୍ରଦାୟକୁ ପରିବର୍ତ୍ତନ କରିବା ନିଷେଧ। ତେବେ ଅଯୋଧ୍ୟା ରାମ ଜନ୍ମଭୂମି ଓ ପ୍ରତ୍ନତତ୍ତ୍ବ ସ୍ଥଳୀଗୁଡ଼ିକୁ ଏହି ଆଇନ ପରିସରରୁ ବାହାରେ ରଖାଯାଇଥିଲା ।