ଭାଇରାଲ ହେଉଛି ବିମାନ ଅବତରଣ ସମୟର ଏକ ଭୟାନକ ଭିଡିଓ

ନୂଆଦିଲ୍ଲୀ: ବିମାନ ଅବତରଣ ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ପ୍ରବଳ ପବନ ହେତୁ  ବିମାନ ଥରି ଉଠୁଥିବା ଦେଖିବାକୁ ମିଳୁଛି ।  ପରିସ୍ଥିତି ଏଭଳି ଯେ ବିମାନ ରନୱେରେ  ଅବତରଣ କରିପାରୁନାହିଁ । ଏହା ଆକାଶରେ ଝୁଲି ରହିଥିବା ପରି ଦେଖାଯାଉଛି । ଅନେକ ଅସୁବିଧା ପରେ ବି ପାଇଲଟ୍ ବହୁ ପରିଶ୍ରମ କରି ବିମାନକୁ ସଫଳ ଅବତରଣ କରିଛନ୍ତି ।  ଭିଡିଓ ଦେଖିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି ଏବଂ ନିରାପଦ ଭାବେ ଅବତରଣ କରାଇଥିବାରୁ ପାଇଲଟଙ୍କୁ ପ୍ରଶଂସା କରୁଛନ୍ତି।

ଭାଇରାଲ୍ ଭିଡିଓରେ, ଅବତରଣ କରିବା ସମୟରେ ବିମାନ କିପରି ପବନରେ ଘୁରି ବୁଲୁଛି ତାହା ଦେଖିବାକୁ ମିଳିଛି । ପାଇଲଟ ବିମାନ ଉପରୁ ନିୟନ୍ତ୍ରଣ ହରାଇଥିବା ପ୍ରତୀୟମାନ ହେଉଛି । ଭିଡିଓରେ ଏହା ବି ଦେଖିବାକୁ ମିଳିଛି କି  ପବନର ବିପରୀତରେ ଯାଉଛି ବିମାନ । ରନୱେରେ ଓହ୍ଲାଇବାକୁ ଚାହୁଁଥିଲେ ହେଁ  ବିମାନ ସେଠାକୁ ଯାଉନାହିଁ ଏବଂ ଅନ୍ୟ ପାର୍ଶ୍ୱକୁ ଚାଲିଯାଉଛି । ତେବେ ବହୁ ଅସୁବିଧା ପରେ ବିମାନ ଅବତରଣ କରିଛି।  ଏହି ଭିଡିଓ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଆଇ ଲଭ୍ ଆଟେନସନ୍ ନାମକ ଏକ ଟ୍ୱିଟର ହ୍ୟାଣ୍ଡେଲ୍ ଏହି ଭିଡିଓ ଟ୍ୱିଟରରେ ସେୟାର କରିଛି । ଏହି ଭିଡିଓକୁ ଏପର୍ଯ୍ୟନ୍ତ ୨ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି । ଏହି ଭିଡିଓଟିରେ ଅନେକ ଲୋକଙ୍କ ମନ୍ତବ୍ୟ ମଧ୍ୟ ଦେଖିବାକୁ ମିଳୁଛି । ଜଣେ ଉପଭୋକ୍ତା  ଲେଖିଛନ୍ତି – ଏହା ଅତ୍ୟନ୍ତ ଭୟାନକ ଭିଡିଓ । ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି – ପାଇଲଟଙ୍କୁ ଧନ୍ୟବାଦ ।

ସମ୍ବନ୍ଧିତ ଖବର