ବାରଣାସୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜିଠାରୁ ଦୁଇଦିନିଆ ବାରଣାସୀ ଗସ୍ତରେ ଅଛନ୍ତି। ପ୍ରଧାନମନ୍ତ୍ରୀ ଆଜି ଏୟାରପୋର୍ଟରୁ କାର୍ଯ୍ୟକ୍ରମସ୍ଥଳକୁ ଆସିବା ବାଟରେ ଏକ ଆମ୍ବୁଲାନ୍ସ ଉପରେ ତାଙ୍କ ନଜର ପଡ଼ିଥିଲା। ପ୍ରଧାନମନ୍ତ୍ରୀ ତତ୍କାଳ ତାଙ୍କ କାର୍କେଡକୁ ଗୋଟିଏ ପାର୍ଶ୍ବକୁ ନେଇଯିବାକୁ କହିଥିଲେ। ଏହାପରେ ଆମ୍ବୁଲାନ୍ସଟି ସାଇରନ୍ ବଜାଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗାଡ଼ି ପାର୍ଶ୍ବ ଦେଇ ଅତିକ୍ରମ କରିଥିଲା। ଏହି ସମୟରେ ରାସ୍ତାର ଉଭୟ ପାର୍ଶ୍ବରେ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ ପାଇଁ ଛିଡ଼ା ହୋଇଥିବା ଜନତା ‘ହରହର ମହାଦେବ’ ସ୍ଲୋଗାନ ଦେଇଥିଲେ। ପ୍ରଧାନମନ୍ତ୍ରୀ ଆଜି ସନ୍ଧ୍ୟାରେ ‘କାଶୀ ତାମିଲ ସଂଗମମ୍’ର ଦ୍ବିତୀୟ ପର୍ଯ୍ୟାୟର ଶୁଭାରମ୍ଭ କରିଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp