ଆମେରିକାର ମହିଳା ଫୁଟବଲ ଖେଳାଳିଙ୍କୁ ପୁରୁଷ ଖେଳାଳିଙ୍କ ସହ ସମାନ ବେତନ ମିଳିବ

ଓ୍ଵାଶିଂଟନ: ୬ ବର୍ଷ ପରେ ଆମେରିକାର ଫୁଟବଲ ସଂଘ ଓ ମହିଳା ଖେଳାଳିମାନଙ୍କ ମଧ୍ୟରେ ବୁଝାମଣା ହୋଇଯାଇଛି। ବୁଝାମଣା ଅନୁସାରେ ଜାତୀୟ ଫେଡେରେସନ୍ ବାକି ୧.୭୯ କୋଟି ବି ଫେରାଇ ଦେବ ଯାହାଦ୍ଵାରା ବର୍ତ୍ତମାନ ଓ ପୂର୍ବତନ ଖେଳାଳିଙ୍କୁ ତାଙ୍କର ଅଂଶ ମିଳିପାରିବ। ଏହି ବୁଝାମଣା ଅନୁସାରେ ୨ ବର୍ଷ ପୂର୍ବରୁ ମହିଳା ଖେଳାଳିଙ୍କ ତରଫରୁ ଜାତୀୟ ସଙ୍ଘ ଉପରେ ଲଗାଯାଇଥିବା ଲିଙ୍ଗଭେଦର ଅଭିଯୋଗ ସହ ଅନ୍ୟ ଅଭିଯୋଗର ବି ସମାପ୍ତ ହେବ।

ଆମେରିକାର ମହିଳା ବିଶ୍ଵକପ୍ ଫୁଟବଲ ବିଜେତା ଦଳର ଖେଳାଳି ପୁରୁଷ ଦଳ ସହ ସମାନ ବେତନ ଓ ସୁବିଧା ପାଇଁ ଅନେକ ଦିନରୁ ଦାବି କରିଆସୁଥିଲେ। ଆମେରିକୀୟ ମହିଳା ଦଳ ସବୁଠାରୁ ଅଧିକ ଥର ୪ ଥର ବିଶ୍ଵକପ୍ ଜିତିଛି। ଆମେରିକୀୟ ଫୁଟବଲ ସଂଘ ଏବେ ମହିଳା ଓ ପୁରୁଷ ଖେଳାଳିଙ୍କ ସହ ନୂତନ ଚୁକ୍ତି କରିବ ଓ ଦୁଇ ଦଳକୁ ବିଶ୍ଵକପ ସହ ଅନ୍ୟ ପ୍ରତିଯୋଗିତା ପାଇଁ ସମାନ ସୁବିଧା ଓ ବେତନ ଦେବ।

୨୦୧୯ ମହିଳା ବିଶ୍ଵକପ ବିଜେତା ଦଳର ଖେଳାଳିମାନେ ସମାନ ବେତନ ଓ ପୁରୁଷ ଦଳ ସହ ସମାନ ଯାତ୍ରା ଖର୍ଚ୍ଚ, ତାଙ୍କ ଭଳି ଗୃହ ଓ ସ୍ଵାସ୍ଥ୍ୟ ସୁବିଧା ପାଇଁ ୨୦୧୯ରେ କୋର୍ଟରେ ମାମଲା କରିଥିଲେ। ୨୦୨୦ର ଡିଷ୍ଟ୍ରିକ୍ଟ କୋର୍ଟ୍ ସମାନ ବେତନର ଦାବିକୁ ଖାରଜ କରି ଦେଇଥିଲେ ଓ ପୁରୁଷଙ୍କ ସହିତ ସମାନ ଯାତ୍ରା ଖର୍ଚ୍ଚ, ତାଙ୍କୁ ମିଳିବାକୁ ଥିବା ଗୃହ ସୁବିଧା ଓ ସ୍ଵାସ୍ଥ୍ୟ ସୁବିଧା ସମ୍ବନ୍ଧୀୟ ମାମଲାର ଶୁଣାଣିକୁ ମଞ୍ଜୁର କରିଥିଲେ।

ସମ୍ବନ୍ଧିତ ଖବର