ଏଚ୍‌ସିଏଲ୍‌ ସିଇଓଙ୍କ ବାର୍ଷିକ ଦରମା ୧୩୦ କୋଟି

ନୂଆଦିଲ୍ଲୀ: ଦେଶର ଆଇଟି କମ୍ପାନିଗୁଡ଼ିକ ମଧ୍ୟରେ ଏଚସିଏଲ୍‌ ସିଇଓ ସି ବିଜୟକୁମାରଙ୍କ ଦରମା ସର୍ବାଧିକ ରହିଛି। ୨୦୨୧-୨୨ ଆର୍ଥିକ ବର୍ଷରେ ସେ ୧୬.୫୨ ନିୟୁତ ବା ପାଖାପାଖି ୧୩୦ କୋଟି ଟଙ୍କା ଦରମା ନେଇଛନ୍ତି। ୨୦୨୧-୨୨ ଆର୍ଥିକ ବର୍ଷରେ ଯଦିଓ ବିଜୟକୁମାରଙ୍କ ଦରମା ବୃଦ୍ଧି କରାଯାଇ ନାହିଁ ତଥାପି ସେ ପାଇଥିବା ଲଙ୍ଗ ଟମ୍ ଇନ‌ସେଣ୍ଟିଭ ବା ଦୀର୍ଘ ମିଆଦୀ ପ୍ରୋତ୍ସାହନ (ଏଲଟିଆଇ) ଯୋଗୁ ‌ଉକ୍ତ ଅର୍ଥ ପାଇଛନ୍ତି। ତାଙ୍କ ପଛକୁ ଦ୍ବିତୀୟ ସ୍ଥାନରେ ୱିପ୍ରୋର ସିଇଓ ଥିଏରି ଡେଲାପୋର୍ଟେ ରହିଛନ୍ତି।

ତାଙ୍କର ବାର୍ଷିକ ବେତନ ୧୦.୫୧ ନିୟୁତ ଡଲାର ବା ପ୍ରାୟ ୭୯.୮ କୋଟି ଟଙ୍କା ରହିଛି। ୨୦୨୦-୨୧ ଆର୍ଥିକ ବର୍ଷ ତୁଳନାରେ ତାଙ୍କ ଦରମାରେ ୨୦ ପ୍ରତିଶତ ବୃଦ୍ଧି ଘଟିଛି। ଇନଫୋସିସ ସିଇଓ ସଲିଲ ପାରେଖ ତୃତୀୟ ସ୍ଥାନରେ ରହିଛନ୍ତି। ସେ ୭୧ କୋଟି ଟଙ୍କା ଦରମା ୨୦୨୧-୨୨ରେ ନେଇଛନ୍ତି। ୨୦୨୦-୨୧ ତୁଳନାରେ ତାଙ୍କ ଦରମା ୪୩ ପ୍ରତିଶତ ବଢ଼ିଛି। ଚତୁର୍ଥ ସ୍ଥାନରେ ଟିସିଏସ୍‌ ସିଇଓ ରା‌ଜେଶ ଗୋପୀନାଥନ ରହିଛନ୍ତି। ୨୦୨୧-୨୨ରେ ସେ ୨୫.୭୭ କୋଟି ଟଙ୍କା ଦରମା ନେଇଛନ୍ତି। ୨୦୨୦-୨୧ ତୁଳନାରେ ଏହା ୨୭ ପ୍ରତିଶତ ଅଧିକ।

ସମ୍ବନ୍ଧିତ ଖବର