ନ୍ୟୁୟର୍କ: ଚୀନ୍ର ଆକ୍ରମଣାତ୍ମକ ଏବଂ ବିସ୍ତାରବାଦୀ ନୀତି ପ୍ରତିବାଦରେ ଏବେ ବିଶ୍ବବ୍ୟାପୀ ଲୋକେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ନ୍ୟୁୟର୍କର ଟାଇମ୍ସ ସ୍କୋୟାର୍ରେ ଭାରତୀୟ ଆମେରିକୀୟ, ତିବ୍ବତୀୟ ଏବଂ ତାଇୱାନୀ ନାଗରିକଙ୍କ ଦ୍ବାରା ଚୀନ୍ ବିରୋଧରେ ବଡ଼ ଧରଣର ମିଳିତ ବିକ୍ଷୋଭ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଚୀନ୍କୁ ବର୍ଜନ କରିବା ପାଇଁ ଆନ୍ଦୋଳନକାରୀମାନେ ବିଭିନ୍ନ ବ୍ୟାନର୍ ଓ ପୋଷ୍ଟର୍ ପ୍ରଦର୍ଶନ କରିଥିଲେ। ଦୁଇ ଦିନ ପୂର୍ବରୁ ସିକାଗୋରେ ମଧ୍ୟ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା। ଚୀନ୍ର ଆର୍ଥିକ ବହିଷ୍କାର ପାଇଁ ଏବଂ ରାଜନୈତିକସ୍ତରରେ ଚୀନ୍କୁ ଏକଘରିଆ କରିବା ପାଇଁ ଲୋକେ ଦାବି କରିଥିଲେ। ୧୯୬୨ର ଭାରତ ଏବଂ ବର୍ତ୍ତମାନର ଭାରତ ମଧ୍ୟରେ ଆକାଶ-ପାତାଳର ଫରକ୍ ରହିଛି ଏବଂ ଚୀନ୍ର ଅହଙ୍କାରକୁ ଭାରତ କଡ଼ା ଜବବା ଦେବ ବୋଲି ଆନ୍ଦୋଳନକାରୀମାନେ ମତପ୍ରକାଶ କରିଥିଲେ।
ଆମେରିକାରେ ଚୀନ୍ ବିରୋଧୀ ଆନ୍ଦୋଳନ ତେଜିଲା
ଟାଇମ୍ସ ସ୍କୋୟାର୍ରେ ଭାରତୀୟ, ତିବ୍ବତୀୟ ଏବଂ ତାଇୱାନୀ ନାଗରିକଙ୍କ ବିକ୍ଷୋଭ
/sambad/media/post_attachments/wp-content/uploads/2020/07/china-boycut.jpg)